ନୂଆଦିଲ୍ଲୀ: ଆମେରିକାର ମୂଦ୍ରା ଡଲାର ତୁଳନାରେ କମି ଚାଲିଛି ଭାରତୀୟ ମୁଦ୍ରା ଟଙ୍କା । କିଛି ଦିନ ହେବ ଟଙ୍କାର ମୂଲ୍ୟ କମି କମି ଚାଲିଛି ଡଲାର ତୁଳନାରେ। ଯାହାକି ଦେଶର ଅର୍ଥନୀତି ଭାଇ ଶୁଭଙ୍କର ନୁହେଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ପୁନରୁଦ୍ଧାର ପାଇଁ ସମସ୍ତ ଉଦ୍ୟମ କରୁଛି କିନ୍ତୁ ଟଙ୍କାକୁ ଟ୍ରାକକୁ ଫେରାଇ ଆଣିବାରେ ବିଫଳ ହୋଇଛି । ଜୁଲାଇ ୧୯ରେ ଟଙ୍କା ଡଲାର ତୁଳନାରେ ଆହୁରି ହ୍ରାସ ହେବାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଯାହାକି ସର୍ବକାଳୀନ ସ୍ତରରେ ପହଞ୍ଚିଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୮୦ ଟଙ୍କାରେ ପହଞ୍ଚିଛି।
ଏହାପୂର୍ବରୁ ସୋମବାର ଏକ ଡଲାର ମୂଲ୍ୟ ୭୯.୯୭ ଟଙ୍କା ରହିଥିଲା। ମଙ୍ଗଳବାର ଦିନ ଏହା ଡଲାର ପିଛା ୭୯.୯୮ ଟଙ୍କା ମୂଲ୍ୟରେ ଖୋଲିଛି। କିନ୍ତୁ କିଛି ସମୟ ପରେ ଡଲାରର ମୂଲ୍ୟ ୮୦.୦୫ ଟଙ୍କା ସ୍ତରକୁ ଖସିଛି। ଯଦି ଆମେ ଆକଳନକୁ ଦେଖିବା, ତେବେ ଚଳିତ ବର୍ଷ ଟଙ୍କାର ମୂଲ୍ୟ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି।
ଲୋକସଭାରେ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ତଥ୍ୟକୁ ଦର୍ଶାଇ କହିଛନ୍ତି ଯେ ଡିସେମ୍ବର ୩୧, ୨୦୧୪ ପରଠାରୁ ଟଙ୍କା ପ୍ରାୟ ୨୫% ହ୍ରାସ ପାଇଛି। ସେତେବେଳେ ଡଲାର ତୁଳନାରେ ଟଙ୍କା ୬୩.୩୩ ଥିଲା। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ଋଷ-ୟୁକ୍ରେନ ଯୁଦ୍ଧରେ ଟଙ୍କା ହ୍ରାସ ହେବାର ମୁଖ୍ୟ କାରଣ ବୋଲି ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ, ଆମେରିକାରେ ମୁଦ୍ରାସ୍ଫୀତି ୪୧ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ପରିସ୍ଥିତିରେ ଫେଡେରାଲ ବ୍ୟାଙ୍କ ସୁଧ ହାର ବୃଦ୍ଧି କରୁଛି। ଯାହାର ଲାଭ ଆମେରିକୀୟ ଡଲାରକୁ ଦିଆଯାଉଛି।
Comments are closed.