ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ସୂର୍ଯ୍ୟ ଦେଓଙ୍କ ଦ୍ୱାରା ଲିଖିତ ତଥା ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ ପୁସ୍ତକ
ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
🔹ସୂର୍ଯ୍ୟଦେବଙ୍କ ଦ୍ୱାରା ଲିଖିତ ତଥା ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ କାଲି ପାଇଁ କାଲିର ସିନେମାକୁ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର
🔹ଏ.କେ. ଆୟାପାନ୍ନୁମ କୋଶିୟମ ପାଇଁ ନାନଞ୍ଚମାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଓ ରାହୁଲ ଦେଶ ପାଣ୍ଡେଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାରhttps://t.co/spDLXWNyD2
— PIB in Odisha (@PIBBhubaneswar) July 22, 2022
ସୂର୍ଯ୍ୟ ଦେଓଙ୍କ ପୁସ୍ତକରେ ୨୧ଟି ସିନେମାର କୁହା ଓ ଅକୁହା କଥା ରହିଛି। ଏହାକୁ ସେ ବହୁ ପରିଶ୍ରମ ସ୍ବୀକାର କରି ଗୋଟିଏ ବହିରେ ସ୍ଥାନ ଦେଇଛନ୍ତି । ପୁସ୍ତକଟିରେ ସିନେମାଗୁଡ଼ିକର ସବୁ ତଥ୍ୟ ରହିଛି ଯାହା ପାଠକମାନଙ୍କୁ ସିନେମା ବିଷୟରେ ଅନେକ ଅକୁହା କଥା ପରିପ୍ରକାଶ କରିପାରିଛି ।
ପୁସ୍ତକଟିରେ କେଉଁ ଅଭିନେତା ଓ ବ୍ୟକ୍ତି ବିଶେଷ ଫିଲ୍ମ ସହ ଜଡ଼ିତ, ଫିଲ୍ମର ଅନେକ ନଥିପତ୍ର ସଂଗ୍ରହ କରି ସେମାନଙ୍କ ସହ ହୋଇଥିବା ସିଧାକଥା ବହିରେ ସ୍ଥାନ ଦେଇଛନ୍ତି ସୂର୍ଯ୍ୟ ଦେଓ । ଫିଲ୍ମର କାହାଣୀରେ ଜଡିତ କଳାକାରଙ୍କୁ ଭେଟି ମିଳିଥିବା ଅନୁଭୂତିର କଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ । ଓଡ଼ିଶା ସମ୍ବାଦକୁ ଶ୍ରୀଯୁକ୍ତ ଦେଓ କହିଛନ୍ତି ଯେ ଓଡିଆ ସିନେମାର ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ପୁସ୍ତକରେ ସେ ଏକ ଛୋଟ ପ୍ରୟାସ କରିଛନ୍ତି । ସେ କହିଛନ୍ତି ଯେ ଏଥିରେ 21 ଟି ଚଳଚ୍ଚିତ୍ରର ଇତିହାସ ରହିଛି, କିଛି ବିଶ୍ଳେଷଣ ସହିତ କିଛି ମତ ମଧ୍ୟ ରହିଛି।
ଏହି ଅବସରରେ ପୁରସ୍କାର ପାଇଥିବାରୁ ସୂର୍ଯ୍ୟ ଦେଓ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟରରେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି:
ବିଶିଷ୍ଟ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ୬୮ତମ #NationalFilmAwards ରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ବିଶିଷ୍ଟ ସିନେ ଗବେଷକ ତଥା ସଂରକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ପୁସ୍ତକ 'କାଲି ପାଇଁ କାଲିର ସିନେମା' ୬୮ତମ #NationalFilmAwards ରେ ଶ୍ରେଷ୍ଠ ପୁସ୍ତକ ବିବେଚିତ ହେବା ଅତ୍ୟନ୍ତ ଖୁସିର ବିଷୟ। ସିନେମାରେ ଅଧିକ ଗବେଷଣା କ୍ଷେତ୍ରରେ ଏହି ପୁସ୍ତକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତାଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
— Naveen Patnaik (@Naveen_Odisha) July 22, 2022
Comments are closed.