ମୁମ୍ବାଇ: ଭାରତର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ରାଧିକା ଓ ଝିଅ ଆର୍ଯ୍ୟାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି । ଅକ୍ଟୋବରରେ ମୁଁ ଦ୍ୱିତୀୟ ଥର ପାଇଁ ବାପା ହେବି । ସୂଚନାଯୋଗ୍ୟ, ରାହାଣେ ୨୦୧୯ରେ ଏହି ଅକ୍ଟୋବରରେ ହିଁ ପ୍ରଥମେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ରାହାଣେ ଓ ରାଧିକା ପିଲା ବେଳୁ ବନ୍ଧୁ ଥିଲେ । ୨୦୧୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖରାପ ପ୍ରଦର୍ଶନ ଯୋଗୁ ରାହାଣେଙ୍କୁ ଭାରତୀୟ ଦଳରୁ ବାଦ ଦିଆଯାଇଛି । ଅକ୍ଟୋବର ପରେ କାଂଉଟି କ୍ରିକେଟରେ ଭଲ ପ୍ରଦର୍ଶନ କରି ସେ ଜାତୀୟ ଦଳକୁ ଫେରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।
BREAKING NEWS
- ଡ୍ରେନ୍ରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି
- ସାଂସଦରୁ ବିଧାୟକ, ବିଧାୟକରୁ ସରପଞ୍ଚ ହେବା ମୋର ଶେଷ ଇଚ୍ଛା: ସିଦ୍ଧାନ୍ତ ମହାପାତ୍ର
- ପ୍ରଚଣ୍ଡ ଖରାରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି, ଭୁବନେଶ୍ୱରରେ ପ୍ରବଳ ବର୍ଷା
- ବିରଳ ରୋଗରେ ପୀଡ଼ିତ ଅଲକା, ହରାଇଲେ ଶ୍ରବଣ ଶକ୍ତି
- ଚିନ୍ତା ବଢାଉଛି ଡିପଥେରିଆ; ୨୧ ସଂକ୍ରମିତ ଚିହ୍ନଟ, ମାସ୍କ ପିନ୍ଧିବାକୁ ପରାମର୍ଶ
- ୨୪ ଲକ୍ଷରୁ ଅଧିକ ନିଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ମୋଦୀ: ରାହୁଲ
- କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, କାଏମ ରହିଲା ଓସେପା ମେରିଟ୍ ଲିଷ୍ଟ
- ଟି୨୦ ଆନ୍ତର୍ଜାତୀୟ ମୁକାବିଲାରେ ବ୍ୟୟବହୂଳ ଓଭର
- ବିବାହ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ
- ଜବଲପୁରର ଭକ୍ତ ବାବା ମହାକାଳଙ୍କୁ ଅର୍ପଣ କଲେ ବିଶ୍ୱର ଦାମୀ ଆମ୍ବ