ମସ୍କୋ: ଗ୍ରେନ ଏକ୍ସପର୍ଟ ଚୁକ୍ତି ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା ନେଇ କିଛି ମାତ୍ରାରେ ଆଶା ଦେଖା ଦେଇଥିଲା । ମାତ୍ର ଗୋଟିଏ ଦିନ ମଧ୍ୟରେ ରୁଷ ଏହି ଚୁକ୍ତିକୁ ଖିଲାପ କରି ୟୁକ୍ରେନର ଓଡେଶ ବନ୍ଦର ଉପରେ ମିସାଇଲ ଆକ୍ରମଣ କରିଛି । ଫଳରେ ଯୁଦ୍ଧ ବିରାମ ଆଶା କରିଥିବା ସାଧାରଣ ଜନତାଙ୍କୁ ଶକ୍ତ ଧକା ଲାଗିଛି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନ୍ସିକି କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କୁ କେବେ ବି ବିଶ୍ୱାସ କରି ହେବ ନାହିଁ । ଅବଶ୍ୟ ଏହି ମିସାଇଲ ଆକ୍ରମଣ ନେଇ ରୁଷ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ୟୁକ୍ରେନ ଓ ରୁଷରୁ ସାରା ବିଶ୍ୱକୁ ୩୦ ପ୍ରତିଶତ ଗହମ, ୨୯ ପ୍ରତିଶତ ଯ, ୧୫ ପ୍ରତିଶତ ମକା ଓ ୭୫ ପ୍ରତିଶତ ସୂର୍ଯ୍ୟମୂଖୀ ତେଲ ରପ୍ତାନୀ କରିଥାନ୍ତି । ଏହି ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଏବେ ଖାଦ୍ୟ ସଙ୍କ ଦେଖା ଦେଇଛି । ଏହା ବିଚାରକୁ ନିଆଯାଇ ଖାଦ୍ୟ ରପ୍ତାନୀ ଓ ଆମଦାନୀ ବେଳେ କେହି କାହା ଉପରେ ଆକ୍ରମଣ କରିବେ ନାହିଁ ବୋଲି ଚୁକ୍ତି ହୋଇଥିଲା ।
BREAKING NEWS
- କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ
- ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର୍ୟୁ ସଦସ୍ୟ
- ରାଉରକେଲା ସର୍କିଟ ହାଉସ ମାମଲା; ବିହାରରୁ ଗିରଫ ଯୁବ ନେତା ପ୍ରକାଶ ପାସୱାନ ଗିରଫ
- Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?
- Modi Cabinet Reshuffle: ମୋଦି କ୍ୟାବିନେଟ୍ରେ ବଡ଼ ‘ରିସେଟ୍’! ବିଦା ହେବେ ୭୦+ ମନ୍ତ୍ରୀ? ଜାଣନ୍ତୁ କାହାର କଟିବ ପତ୍ତା, କାହାକୁ ମିଳିବ ମନ୍ତ୍ରୀପଦ?
- ନେପାଳ ବନ୍ୟା, ବିହାରରେ ହାଇ ଆଲର୍ଟ
- ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର
- ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
- ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା

Comments are closed.