ନୂଆଦିଲ୍ଲୀ: ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲିନା ବୋରଗାହନଙ୍କ ଟୁଇଟ ପରେ ଭାରତୀୟ କ୍ରୀଡା ମହଲରେ ହଇଚଇ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଆଇଓଏକୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଲଭଲିନା ଟୁଇଟ କରିଥିଲେ ଯେ, ତାଙ୍କୁ ପରୋକ୍ଷରେ ମାନସିକ ଚାପ ଦିଆଯାଉଛି । ଯେଉଁ କୋଚଙ୍କ ଲାଗି ମୁଁ ପଦକ ପାଇଲି ତାଙ୍କୁ ମୋ ଠାରୁ ଦୂରେଇ ରଖାଯାଉଛି । ଏପରିକି କ୍ରୀଡା ଭିଲେଜ ପ୍ରବେଶ କରାଇ ଦିଆଯାଉ ନାହିଁ । ଲଭଲିନା ତାଙ୍କ କୋଚ ସନ୍ଧ୍ୟା ଗୁରୁଙ୍ଗ ସହ ଅଭ୍ୟାସ କରିବାକୁ ଚାହୁଁଥିଲେ ମାତ୍ର ମ୍ୟାନେଜମେଂଟ ପ୍ରଶୟ ଦେଉ ନ ଥିବାରୁ ଲଭଲିନା ପ୍ରତିକ୍ରିୟାଶୀଳ ହୋଇଥିଲେ । ଭାରତୀୟ ମହିଳା ବକ୍ସିଂ ଟିମ କୋଚ ଭାସ୍କର ଭଟ୍ଟ ଖୁବ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି । ଲଭଲିନାଙ୍କ କୋଚ ଏବେ ଟିମ ସହିତ ସାମିଲ ହୋଇଛନ୍ତି । ବିଏଫଆଇ ଓ ଆଇଓଏ ମିଳିତ ଭାବେ ସମସ୍ୟାର ସମାଧାନ କରି ଦେଇଛନ୍ତି ବୋଲି ଭାସ୍କର କହିଛନ୍ତି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.