Latest Odisha News

BREAKING NEWS

ପପୁ ପମ୍ ପମ୍ ସୁସ୍ଥ ହୋଇ ଓଡ଼ିଶା ଫେରିଲେ

ଭୁବନେଶ୍ୱର : ଓଲିଉଡ଼ର କମେଡ଼ି କିଙ୍ଗ୍ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି ।

ଦୀର୍ଘ ଦୁଇ ମାସ ଧରି ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ସ ଅଫ ମେଡ଼ିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ ପପୁ । ଆଜି ସକାଳେ ପରିବାର ସହିତ ପପୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

“ମୁଁ ଏମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଖୁବ ଗୁରୁତର ଅବସ୍ଥାରେ ଥିଲି । ଡ଼ାକ୍ତର ମୋତେ କହିଥିଲେ ଏହି ରୋଗ ତୁରନ୍ତ ଭଲ ହେବାକୁ କିଛି ସମୟ ଲାଗିବ, ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ, ଆପଣମାନଙ୍କର ସ୍ନେହ ତଥା ଭଲପାଇବା ଏବଂ ପରିବାରର ଅକୁଣ୍ଠ ସେବା ଓ ଯତ୍ନ ଯୋଗୁଁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଓଡ଼ିଶା ଫେରିପାରିଛି,”ବୋଲି କହିଛନ୍ତି ଓଡ଼ିଶାର ଜଣାଶୁଣା ହାସ୍ୟାଭିନେତା ପପୁ ପମ୍ ପମ୍ ।

ଗତ ମେ ୫ ତାରିଖରେ ହାସ୍ୟାଭିନେତା ପପୁ ଚିକିତ୍ସା ଲାଗି ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଅଗ୍ନାଶୟ ବା ପ୍ୟାନକ୍ରିୟାସ୍ରେ ଅହେତୁକ ଯନ୍ତ୍ରଣା ବୃଦ୍ଧି ହେବାରୁ ତାଙ୍କୁ ସମ୍ ହସ୍ପିଟାଲର ପରାମର୍ଶ କ୍ରମେ ଦିଲ୍ଲୀର ଏମ୍ସକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା ।

ପପୁଙ୍କୁ ଦିଲ୍ଲୀ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁ ମଧ୍ୟରେ ଜୁନ ୧୫ ତାରିଖରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେଠାକାର ଡ଼ାକ୍ତର ପ୍ରଫେସର ଅନୁପ ସରାୟାଙ୍କ ନେତୃତ୍ୱରେ ତାଙ୍କ ରୋଗର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଚିକିତ୍ସା କରାଯାଉଥିଲା ।

Leave A Reply

Your email address will not be published.