ମୁମ୍ବାଇ: ଅନୁରାଗ କାଶ୍ୟପ ଖୁବ ଶୀଘ୍ର ସନ୍ନି ଲିୟୋନୀଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିନେଇ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ଅନୁରାଗଙ୍କ ସହ ସନ୍ନି ଏକ ଫଟୋ ଶେୟାର କରି କହିଛନ୍ତି, ମୋ ସ୍ୱପ୍ନ ସାକାର ହେବାକୁ ଯାଉଛି । ଅନୁରାଗଙ୍କ ଭଳି ଜଣେ ନିର୍ଦ୍ଦେଶକଙ୍କ ଫିଲ୍ମ କରିବା ନେଇ ମୁଁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲି ବୋଲି ସେ କହିଛନ୍ତି । ଅନୁରାଗ ମଧ୍ୟ ସନ୍ନି ଜଣେ ଅଦ୍ଭୁତ କଳାକାର ବୋଲି କହିଛନ୍ତି । ତେବେ ଏହି ଫିଲ୍ମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେଲେ ପ୍ରଶଂସକଙ୍କୁ ଜଣାଇ ଦିଆଯିବ ବୋଲି ଅନୁରାଗ କହିଛନ୍ତି । ସନ୍ନି ଏବଂ ତାଙ୍କ ପତି ଡାନିୟଲଙ୍କ ସହ ଅନୁରାଗ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଜିସ୍ମ ୨, ଜ୍ୟାକପଟ, ରାଗିନୀ ଏମଏମଏସ୨, ଏକ ପହେଲୀ ଲୀଲା, କୁଛ କୁଛ ଲୋଚା ହେ, ମସ୍ତୀଜାଦା ପରି ଫିଲ୍ମରେ ସନ୍ନି ଅଭିନୟ କରି ସାରିଛନ୍ତି । ସନ୍ନିଙ୍କ ପ୍ରକୃତ ନାମ କରନଜିତ କୌର । ସେ ୨୦୧୧ରେ କାନାଡାରୁ ମୁମ୍ବାଇ ଆସିଥିଲେ । ମହେଶ ଭଟ୍ଟ ତାଙ୍କୁ ଜିସ୍ମ ୨ ମାଧ୍ୟମରେ ବଲିଉଡରେ ସୁଯୋଗ ଦେଇଥିଲେ ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.