ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ ବିନ୍ଦୁମାଧବଙ୍କ ପୁତ୍ର ହେଲେ ନିହାର । ୧୯୯୬ରେ ବିନ୍ଦୁମାଧବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ରାଜନୀତିରେ ସକ୍ରିୟ ନ ରହି ଫିଲ୍ମ ନିର୍ମାତା ଥିଲେ । ଏହା ପୂର୍ବରୁ ବାଲ ଠାକରେଙ୍କ ବୋହୂ ସ୍ମିତା ଠାକରେ ମଧ୍ୟ ଏକନାଥଙ୍କୁ ଭେଟିଥିଲେ । ଏହା ଏକ ଔପଚାରିକ ଭେଟ ଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏକନାଥ ସିନ୍ଧେ ୪୦ ଶିବସେନା ବିଧାୟକ ଓ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥଙ୍କୁ ୧୨ ଶିବସେନା ସାଂସଦଙ୍କ ସମର୍ଥନ ମଧ୍ୟ ରହିଛି ।
BREAKING NEWS
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
Comments are closed.