ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ ବିନ୍ଦୁମାଧବଙ୍କ ପୁତ୍ର ହେଲେ ନିହାର । ୧୯୯୬ରେ ବିନ୍ଦୁମାଧବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ରାଜନୀତିରେ ସକ୍ରିୟ ନ ରହି ଫିଲ୍ମ ନିର୍ମାତା ଥିଲେ । ଏହା ପୂର୍ବରୁ ବାଲ ଠାକରେଙ୍କ ବୋହୂ ସ୍ମିତା ଠାକରେ ମଧ୍ୟ ଏକନାଥଙ୍କୁ ଭେଟିଥିଲେ । ଏହା ଏକ ଔପଚାରିକ ଭେଟ ଥିଲା ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏକନାଥ ସିନ୍ଧେ ୪୦ ଶିବସେନା ବିଧାୟକ ଓ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ସଫଳ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥଙ୍କୁ ୧୨ ଶିବସେନା ସାଂସଦଙ୍କ ସମର୍ଥନ ମଧ୍ୟ ରହିଛି ।
BREAKING NEWS
- ଗୋଦାମ ଘର ଭୁଶୁଡ଼ିବାରୁ ୫ ଶ୍ରମିକଙ୍କ ମୃତ୍ୟୁ; ୫୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା
- ଯୁଦ୍ଧ ମଇଦାନକୁ ନଓହ୍ଲାଇ ବିଶ୍ୱ ବଜାରର ନୂଆ ‘ବାଦଶାହ’ ସାଜିଲା ଏହି ଶକ୍ତିଶାଳୀ ଦେଶ, ବଦଳିଗଲା ସବୁ ଗଣିତ!
- ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ବନ୍ଧା ହେଲେ ଟ୍ୟୁସନ ସାର
- ଦିଲ୍ଲୀରୁ ଉଡ଼ିଲା ବିମାନ, ବାଟ ଭୁଲି ସିଧା ପଶିଗଲା ପାକିସ୍ତାନ ସୀମାରେ! ତା’ପରେ କଣ ହେଲା ଜାଣନ୍ତୁ…
- ଯୁବକଙ୍କ ନାଁରେ ଆସିଲା ୧୦୦ ଟ୍ରାଫିକ୍ ଚାଲାଣ, ଲମ୍ବା ରସିଦ ଦେଖି ତାଜୁବ ଟ୍ରାଫିକ ପୋଲିସ
- ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ
- ପ୍ରେମିକ ସହ ମିଶି ଭାଵି ସ୍ୱାମୀକୁ ପାହାଡ଼ରୁ ଠେଲି ଦେଲା ଝିଅ : ପୁଣେ ଲୋହଗଡ଼ ଦୁର୍ଗ ହତ୍ୟାକାଣ୍ଡର ସାଂଘାତିକ ଖୁଲାସା
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପ୍ରତିବର୍ଷ ନବଜାତଙ୍କୁ ମିଳିବ ସୁନା ମୁଦି
- ଟିଏମସି ସଙ୍କଟ ମଧ୍ୟରେ ମହୁଆଙ୍କ ନୂଆ ଚାଲ୍: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ ପ୍ରଶଂସା କରି ବଢ଼ାଇଲେ ରାଜନୈତିକ ସରଗରମ
- Odisha Textbook Error: ପାଠ୍ୟ ପୁସ୍ତକ ତ୍ରୁଟି; SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ

Comments are closed.