ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଅନିଚ୍ଛା ସତ୍ୱେ ଧସେଇ ପସିଛି କରୋନା । ପ୍ରଥମ ଦିବସରେ ଘାନାଙ୍କୁ ୫-୦ରେ ହରାଇ ଜବରଦସ୍ତ ଫର୍ମରେ ଥିବା ଟିମ ଇଣ୍ଡିଆର ମହିଳା ଖେଳାଳି ନଭକୋତ କୌରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ୨୭ ବର୍ଷୀୟା ଏହି ମିଡ ଫିଲ୍ଡର ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ତାଙ୍କ ସ୍ଥାନରେ ସୋନିକା ଟାଣ୍ଡି ଦଳ ସହିତ ଯୋଗ ଦେବେ । ନଭଜୋତ ଆଇସୋଲେଶନ ରହିବେ । ଦ୍ୱିତୀୟ ଟେଷ୍ଟ କରାଯିବା ପରେ ତାଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଜାକର୍ତା ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ଏବଂ ଇନଚେନ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ ଖେଳାଳିମାନଙ୍କୁ ଗେମ୍ସ ଭିଲେଜରେ ସତର୍କତା ସହ ଚଳିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ ଗେମ୍ସ ଭିଲେଜରୁ ୧୨ ପାଖାପାଖି ପଜିଟିଭ କେସ ବାହାରୁଛି ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି ।
BREAKING NEWS
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା
- ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର
- Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
- ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍
- ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

Comments are closed.