ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଅନିଚ୍ଛା ସତ୍ୱେ ଧସେଇ ପସିଛି କରୋନା । ପ୍ରଥମ ଦିବସରେ ଘାନାଙ୍କୁ ୫-୦ରେ ହରାଇ ଜବରଦସ୍ତ ଫର୍ମରେ ଥିବା ଟିମ ଇଣ୍ଡିଆର ମହିଳା ଖେଳାଳି ନଭକୋତ କୌରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ୨୭ ବର୍ଷୀୟା ଏହି ମିଡ ଫିଲ୍ଡର ସ୍ୱଦେଶ ପ୍ରତ୍ୟାବର୍ତନ କରିବେ । ତାଙ୍କ ସ୍ଥାନରେ ସୋନିକା ଟାଣ୍ଡି ଦଳ ସହିତ ଯୋଗ ଦେବେ । ନଭଜୋତ ଆଇସୋଲେଶନ ରହିବେ । ଦ୍ୱିତୀୟ ଟେଷ୍ଟ କରାଯିବା ପରେ ତାଙ୍କୁ ଆବଶ୍ୟକ ପରାମର୍ଶ ଦିଆଯିବ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ଜାକର୍ତା ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା ଏବଂ ଇନଚେନ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଏହି ଅବସରରେ ଭାରତୀୟ ଅଲିମ୍ପିକ ଆସୋସିଏଶନ ଖେଳାଳିମାନଙ୍କୁ ଗେମ୍ସ ଭିଲେଜରେ ସତର୍କତା ସହ ଚଳିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ ଗେମ୍ସ ଭିଲେଜରୁ ୧୨ ପାଖାପାଖି ପଜିଟିଭ କେସ ବାହାରୁଛି ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି ।
BREAKING NEWS
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
Comments are closed.