Latest Odisha News

BREAKING NEWS

ମଦ ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମପୁର: ଗଂଜାମ ଜିଲା ପାତ୍ରପୁର ବ୍ଲକ ତଥା ଜରଡା ଥାନା ଅନ୍ତର୍ଗତ ବୁଢ଼ୀ ଘାଟିଗାଁରେ ଶନିବାର ପୂର୍ବାହ୍ନରେ ମଦ ଧରପଗଡ଼ ବେଳେ ଉତ୍ତେଜନା ଦେଖା ଦେଇଛି।

କେତେକ ଗ୍ରାମବାସୀଙ୍କ ଆକ୍ରମଣରେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗର କେତେକ କର୍ମଚାରୀ ଆହତ ହୋଇଛନ୍ତି।

ତିନୋଟି ସରକାରୀ ଗାଡିକୁ ମଧ୍ୟ ଗ୍ରାମବାସୀ ଅଟକ ରଖିଛନ୍ତି। ଆହତ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ସୁରଙ୍ଗୀ ମେଡିକାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି। ଶେଷ ସୂଚନା ମିଳିବା ସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗି ରହିଛି।

Leave A Reply

Your email address will not be published.