ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା କାଲି କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ରିପୋର୍ଟ ମୁତାବକ ୧୪ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ବିଜେପିର ସୁଧୀର ମୁଙ୍ଗାନତୱାର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ ଓ ଏକନାଥ ସିନ୍ଧେଙ୍କ ଟିମର ଗୁଲାବ ରଖୁନାଥ ପାଟିଲ, ସଦା ସର୍ଭନାକା, ଦୀପକ ବସନ୍ତ କେଶରକର ମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ବିଜେପି ଓ ସିନ୍ଦେଙ୍କ ଟିମରୁ ୭ଜଣ ଲେଖାଁଏ ମନ୍ତ୍ରୀ କରାଯିବ । ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଉ ନ ଥିବାରୁ ବିରୋଧୀ ବାରମ୍ବାର ସମାଲୋଚନା କରୁଥିଲା । ଦେବେନ୍ଦ୍ର ଫଡନାଭିସ ଏଥିନେଇ ବାରମ୍ବାର ଦିଲ୍ଲୀ ଗସ୍ତ କରିଥିଲେ । ସିନ୍ଦେ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବିଳମ୍ବ ହୋଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ ବୋଲି ସିନ୍ଦେ କହିଛନ୍ତି । ଇତି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଙ୍ଗଳବାର ତାଙ୍କର ସମସ୍ତ କାର୍ଯ୍ୟକୁ ବାତିଲ କରିଛନ୍ତି । ବୁଧବାରଠାରୁ ମହାରାଷ୍ଟ୍ରର ମନସୁନ ସେଶନ ଆରମ୍ଭ ହୋଇ ୧୮ ଅଗଷ୍ଟରେ ଶେଷ ହେବ । ଶିବସେନା କାହାର ସେ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣୀକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି ।
BREAKING NEWS
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
Comments are closed.