Latest Odisha News

BREAKING NEWS

ବିଜେପିକୁ ବାଏ ବାଏ କଲେ ନୀତିଶ

ପାଟଣା: ଭାଙ୍ଗିଲା ମେଣ୍ଟ । ବିଜେପି ନେତୃତ୍ୱାଧୀନ ଏନଡିଏ ଠାରୁ ଅଲଗା ହେଲା ଜେଡିୟୁ । ବିହାର ରାଜନୀତିରେ ଆଜି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେପି ସହଯୋଗରେ ଜେଡିୟୁ ସରକାର ଚାଲିଥିବା ବେଳେ ମେଣ୍ଟରୁ ଓହରି ଯାଇଛନ୍ତି ନୀତିଶ କୁମାର । ଏଥିସହ ନୀତିଶ ରାଜ୍ୟପାଳଙ୍କୁ ଅପରାହ୍ଣ ୪ଟାରେ ଭେଟିବେ । ପୂର୍ବରୁ ନୀତିଶ ୨୦୧୩ରେ ବିଜେପି ଠାରୁ ଅଲଗା ହୋଇଥିଲେ । ପୁଣିଥରେ ୨୦୧୭ରେ ମହାମେଣ୍ଟରୁ ଓହରି ବିଜେପି ସହ ମିଶିଥିଲେ । ଏବେ ପୁଣି ବିଜେପିକୁ ବାଏ ବାଏ କରିଛନ୍ତି ନୀତିଶ ।

ନୀତିଶ କୁମାର କହିଛନ୍ତି, ବିଜେପି ଆମକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ସବୁବେଳେ ମୋତେ ଅପମାନିତ କରିଛି ବିଜେପି । ଏବେ ନୀତିଶଙ୍କ ଜେଡିୟୁ, ଆରଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳର ମହାମେଣ୍ଟ ବିହାରରେ ନୂଆ ସରକାର ଗଢ଼ିବ । ମହାମେଣ୍ଟର ସରକାରରେ ନୀତିଶ ହିଁ ମୁଖ୍ୟମନ୍ତ୍ରୀ ରହିବେ । ତେଜସ୍ୱୀ ଯାଦବଙ୍କୁ ମିଳିପାରେ ଉପ ମୁଖ୍ୟମନ୍ତ୍ରୀ ପଦ । ତେଜସ୍ୱୀ ଗୃହ ମନ୍ତ୍ରୀ ପଦ ମାଗିଛନ୍ତି ।

ତେବେ ନୀତିଶ ବିଜେପି ସହ ମେଣ୍ଟ ଭାଙ୍ଗି ବିରୋଧୀଙ୍କୁ ଟିକିଏ ବଳ ଦେଇଛନ୍ତି । ମହାରାଷ୍ଟ୍ରରେ ବିଜେପି ଶିବସେନାକୁ ଭାଙ୍ଗି ଯେଉଁଭଳି ସିନ୍ଦେଙ୍କ ସହ ସରକାର ଗଢ଼ିଥିଲା, ନୀତିଶ ମେଣ୍ଟ ଭାଙ୍ଗି ନୂଆ ବାର୍ତ୍ତା ଦେଇଛନ୍ତି । ଏଥିସହ ୨୦୨୪ ପୂର୍ବରୁ ବିଜେପିକୁ ବାଏ ବାଏ କରି ନୀତିଶ ଝଟକା ଦେଇଛନ୍ତି ।

Leave A Reply

Your email address will not be published.