ନୂଆଦିଲ୍ଲୀ: ବିଚାରପତି ଉଦୟ ଉମେଶ ଲଳିତ ହେବେ ଦେଶର ୪୯ତମ ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିନେଇ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି । ଅଗଷ୍ଟ ୨୬ରେ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ ଏବଂ ଏହା ପରେ ୨୭ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଲଳିତ ୭୪ ଦିନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବା ପରେ ନଭେମ୍ବର ୮ରେ ଅବସର ନେବେ । ୧୯୫୭ ନଭେମ୍ବର ୯ରେ ଜନ୍ମ ଗ୍ରହଣ କରିଥିବା ବିଚାରପତି ଲଳିତ ୧୯୮୩ରେ ବମ୍ବେ ହାଇକୋର୍ଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ୧୦ ଜାନୁୟାରୀ ୨୦୧୯ରେ ଅଯୋଧ୍ୟା କେସରୁ ସେ ସ୍ୱତଃ ପ୍ରବୃତ ଓହରି ଯାଇଥିଲେ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପାଇଁ ସେ ଓକିଲ ଭାବେ ଏକ କେସ ଲଢ଼ିଥିବାରୁ ୫ ବିଚାରପତି ବେଂଚରୁ ଓହରିଥିଲେ ।
BREAKING NEWS
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

Comments are closed.