ନୂଆଦିଲ୍ଲୀ: ବିଚାରପତି ଉଦୟ ଉମେଶ ଲଳିତ ହେବେ ଦେଶର ୪୯ତମ ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିନେଇ ବିଧିବଦ୍ଧ ଭାବେ ମୋହର ମାରିଛନ୍ତି । ଅଗଷ୍ଟ ୨୬ରେ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବ ଏବଂ ଏହା ପରେ ୨୭ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଲଳିତ ୭୪ ଦିନ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବା ପରେ ନଭେମ୍ବର ୮ରେ ଅବସର ନେବେ । ୧୯୫୭ ନଭେମ୍ବର ୯ରେ ଜନ୍ମ ଗ୍ରହଣ କରିଥିବା ବିଚାରପତି ଲଳିତ ୧୯୮୩ରେ ବମ୍ବେ ହାଇକୋର୍ଟରେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ସୁପ୍ରିମକୋର୍ଟ ବାର ପକ୍ଷରୁ ତାଙ୍କୁ ବିଚାରପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ୧୦ ଜାନୁୟାରୀ ୨୦୧୯ରେ ଅଯୋଧ୍ୟା କେସରୁ ସେ ସ୍ୱତଃ ପ୍ରବୃତ ଓହରି ଯାଇଥିଲେ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପାଇଁ ସେ ଓକିଲ ଭାବେ ଏକ କେସ ଲଢ଼ିଥିବାରୁ ୫ ବିଚାରପତି ବେଂଚରୁ ଓହରିଥିଲେ ।
BREAKING NEWS
- ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ
- ଆଣ୍ଡାମାନ ଛୁଇଁଲା ମୌସୁମୀ; ୩୧ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ସମ୍ଭାବନା
- କିର୍ଗିଜସ୍ଥାନରେ ହିଂସାକାଣ୍ଡ: ଅନ୍ଧାର ଘରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ
- ଆରପାରିରେ ଆଇସକ୍ରିମ ମ୍ୟାନ ରଘୁନନ୍ଦନ କାମତ
- ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ୬ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ୱାର୍ଣ୍ଣିଂ
- ‘ଓଡ଼ିଶାରେ ବେଙ୍ଗଲ ସ୍ଥିତି କରିବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ’
- ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୮.୯୫ କୋଟି ଲୋକ
- ପାଣ୍ଡିଆନଙ୍କୁ ଅପରାଜିତାଙ୍କ ପରାମର୍ଶ: କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ କରନ୍ତୁ ନାହିଁ, ସୀମା ଭିତରେ ରୁହନ୍ତୁ
- ପୁଣି ପତଞ୍ଜଳିକୁ ଝଟକା,ଖରାପମାନର ସୁନ ପାମ୍ପୁଡି ବିକି କର୍ମଚାରୀଙ୍କୁ ଜେଲ୍
- ‘୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି, ତଥାପି ଓଡିଶା ପଛରେ’