Latest Odisha News

BREAKING NEWS

ରାଉରକେଲାରେ ଧର୍ମେନ୍ଦ୍ରଙ୍କ ‘ହର ଘର ତ୍ରିରଙ୍ଗା’ ଯାତ୍ରା

ଭୁବନେଶ୍ୱର: ହାତରେ ତ୍ରିରଙ୍ଗା ମୁହଁରେ ଜାତୀୟତା ବୋଧ ନାରାରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲାରେ ଆରମ୍ଭ କରିଛନ୍ତି ‘ହର ଘର ତ୍ରିରଙ୍ଗା ଶୋଭାଯାତ୍ରା’ । ଏହା ସହ ରାଉରକେଲାର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି ।

ରାଉରକେଲା ସହରର ବିର୍ସା ମୁଣ୍ଡା ଛକ ଠାରୁ ଧର୍ମେନ୍ଦ୍ର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନୂଆା ବ୍ରିଜ୍ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ହଜାର ହଜାର ସମର୍ଥକ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ । ବିଶାଳ ସଂଖ୍ୟାରେ ଏହି ଶାେଭାଯାତ୍ରାରେ ସାମିଲ ହୋଇଥିବାରୁ ରାଉରକେଲା ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ’ ସମ୍ବନ୍ଧୀୟ ଏକ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ଏହା ସହିତ ଏନଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବ ଏବଂ ରାଉରକେଲା ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.