Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଲର୍ଡ଼ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆଠୁ ହାର ମାନିଲା ଇଂଲଣ୍ଡ

ଲର୍ଡ଼ସ: କ୍ରିକେଟର ମକ୍କା ଲର୍ଡ଼ସ ଗ୍ରାଉଣ୍ଡରେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିଲା ମ୍ୟାଚ । ଭରପୁର ଘରୋଇ ଦର୍ଶକଙ୍କ ଉପସ୍ଥିତିରେ କଙ୍ଗାରୁ ଦଳ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି ।

ଟସ ଜିଣି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲୀୟ କପ୍ତାନ ଆରୋନ ଫିଞ୍ଚ ଏବଂ ଦୁର୍ଦ୍ଦଶ ଓପନର୍ ୱାର୍ଣ୍ଣରଙ୍କ ପ୍ରଶଂସନୀୟ ବ୍ୟାଟିଂ ଯୋଗୁଁ ଦଳ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିବାରେ ସକ୍ଷମ ହୋଇଥିଲା । ଦୁଇ ଓପନର୍ ବ୍ୟାଟିଂ ମୂଳଦୁଆ ସୁଦୃୃଢ କରି ପାରିଥିଲେ । ଅଧିନାୟକ ଫିଞ୍ଚ୨ଟି ଛକା ଓ ୧୧ଟି ଚୌକା ସହିତ କରିଥିଲେ ୧୦୦ ରନ । ୱାର୍ଣ୍ଣର୍ ୬୧ଟି ବଲରେ ପ୍ରଶଂସନୀୟ ୫୩ ରନ କରିଛନ୍ତି । ଅନ୍ୟ କଙ୍ଗାରୁ ବ୍ୟାଟ୍ସମ୍ୟାନ ସେଭଳି ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ସ୍ମିଥ ୩୮ ଓ କ୍ୟାରୀ ୩୭ ରନ କରିବାକୁ ସକ୍ଷମ ହୋଇପାରିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିକ ୫୦ ଓଭରରେ ୭ ୱିକେଟ ହରାଇ ୨୮୫ ରନ କରିଥିଲା ।

ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର୍ ବେହରନଡ୍ରଫ ଏବଂ ଷ୍ଟାର୍କଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡ ଦଳ ମ୍ୟାଚ ଜିତିବା କାଠିକର ହୋଇପଡ଼ିଥିଲା । ବେହରନଡ୍ରଫ ୫ଟି ୱିକେଟ ହାସଲ କରିଥିବା ବେଳେ ଷ୍ଟାର୍କ ୪ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟୋଇନିସ ୭ ଓଭର ମାପଚୁପ ବୋଲିଂ କରି ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆର ୨୮୫ ରନକୁ ପିଛା କରି ଇଂଲଣ୍ଡ ଦଳ ୪୪.୪ ଓଭରରେ ମାତ୍ର ୨୨୧ ରନ କରିବାକୁ ସକ୍ଷମ ହୋଇପାରିଥିଲା ।

ଘରୋଇ ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ ୮୯ ରନ କରିଥିବା ବେଳେ ରସିଦ୨୫ ରନ, ବେୟାରଷ୍ଟୋ ୨୭ରନ ଏବଂ ବଟଲର୍ ୨୫ ରନ କରିଥିଲେ ।

କଙ୍ଗାରୁ କପ୍ତାନ ଆରୋନ ଫିଞ୍ଚଙ୍କ ଶତକୀୟ ଇନିଂସ ଲାଗି ତାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଘୋଷିତ କରାଯାଇଛି ।

Leave A Reply

Your email address will not be published.