କାମାକ୍ଷାନଗର: ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଛି ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭରଙ୍କ ସମେତ ୩ ଜଣ ଯାତ୍ରୀ । ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିବା ପିକଅପ ଭ୍ୟାନଟି । ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ବ୍ରିଜ ତଳକୁ ଖସି ପଡ଼ିଥିଲା ।
ଅନ୍ଧାର ଥିବାରୁ ହଠାତ ଦୁର୍ଘଟଣା ବାବଦରେ ସୂଚନା ମିଳିନଥିଲା। ପରେ ଦୁର୍ଘଟଣା ଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ପରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ସହାୟତାରେ ଯାତ୍ରୀ ମାନଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ହେଲେ ପିକ୍ ଅପ ଭ୍ୟାନଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। କାମାକ୍ଷାନଗର ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
Comments are closed.