ଅଟ୍ଟାରୀ: ପଞ୍ଜାବର ଅଟ୍ଟାରୀ ସୀମା ନିକଟରେ ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଛନ୍ତି । ବୁଧବାର ଆଫଗାନିସ୍ତାନରୁ ଆସୁଥିବା ଏକ ଟ୍ରକରେ ୯୦୦ ଗ୍ରାମର ଆରଡିଏକ୍ସ ଜବତ କରାଯାଇଥିଲା । ଡ୍ରାଇ ଫ୍ରୁଟ ନେଇ ଆସୁଥିବା ଏହି ଟ୍ରକକୁ ସ୍କାନ କରାଯିବା ବେଳେ ଏଥିରେ ବିସ୍ଫୋଟକ ପଦାର୍ଥ ଥିବା ଜଣା ପଡିଥିଲା । ଟ୍ରକ ଚାଳକକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଅମୃତସରରେ ସବ ଇନ୍ସପେକ୍ଟର ଦିଲବାଗ ସିଂଙ୍କ ବୋଲେରୋରେ ଆଇଇଡି ଲଗା ଯାଇଥିଲା । ଭାଗ୍ୟ ବଶତଃ ଗାଡି ସଫା କରାଯିବା ବେଳେ ଏହା ଜଣା ପଡିଥିଲା । ଦେଶ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ପାକିସ୍ତାନରୁ ଏହି ଟ୍ରକ ଆସିଥିବା ଜଣାପଡିଛି । ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।
BREAKING NEWS
- ସାର କାରଖାନାରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୯ ଆହତ
- ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ, ୫ ଦିନ ପରେ ଏହି ସବୁ ସ୍ଥାନରେ ବର୍ଷିବ
- କାହିଁକି ରାତିରେ ଶୁଅନ୍ତି ନାହିଁ ନବଜାତ ଶିଶୁ ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ…
- ଏହି ଦେଶର ଲୋକେ ଅଧିକ ଶୁଅନ୍ତି, ଜାଣନ୍ତୁ ଭାରତ କେଉଁ ସ୍ଥାନରେ…
- କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?
- ଆଦାନୀ ଝଡ଼: କାହିଁକି ଚୁପ୍ ସବୁ ଦଳ?
- ଧମକ ଦେବା ଅଭିଯୋଗରେ ଭବ ପ୍ରକାଶ ଦାସଙ୍କ ନାଁରେ ଏତଲା
- ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ
- ଛାଡପତ୍ର ଚର୍ଚ୍ଚା ଭିତରେ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ….
- ବାଘ ଦେଖିବାକୁ ଯାଇ ୨ ଗାଇଡ ସମେତ ୪ ସସ୍ପେଣ୍ଡ
Comments are closed.