ନୂଆଦିଲ୍ଲୀ: ମହାନ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆ ସର୍ବଭାରତୀୟ ଫୁଟବଲ ଫେଡେରେଶନ ସଭାପତି ପଦ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଦୌଡରେ ପୂର୍ବତନ ଖେଳାଳି କଲ୍ୟାଣ ଚୌବେ ଆଗରେ ରହିଛନ୍ତି । ଦୀପକ ମଣ୍ଡଳ ଓ ମଧୂ କୁମାରୀ ସାଥୀ ଖେଳାଳି ଭୂତିଆଙ୍କ ନାମ ସୁପାରିଶ କରିଥିଲେ । ଯଦି ମୁଁ ଏହି ପଦରେ ବିଜୟ ହାସଲ କରେ ତାହାହେଲେ ଭାରତୀୟ ଫୁଟବଲର ବିକାଶ ପାଇଁ ଜଣେ ଆଡମିନିଷ୍ଟ୍ରେଟର ଭାବେ ଆପ୍ରାଣ ଉଦ୍ୟମ କରିବି ବୋଲି ଭୂତିଆ କହିଛନ୍ତି । ଫୁଟବଲ ଦିଲ୍ଲୀର ସଭାପତି ଶାଜି ପ୍ରଭାକରନଙ୍କ ସମେତ ଇଗେନସନ ଲାୟନଗଡୋହ, ଅଜିତ ବାନାର୍ଜୀ ମଧ୍ୟ ଏହି ପଦ ପାଇଁ ଆବେଦନ କରିଛନ୍ତି । ମୋହନ ବାଗାନ ଓ ଇଷ୍ଟବେଙ୍ଗଲର ପକ୍ଷରୁ ଖେଳୁଥିବା ପୂର୍ବତନ ଗୋଲକିପର ତଥା ବିଜେପି ନେତା ଚୌବେଙ୍କ ନାମ ଗୁଜରାଟ ଓ ଅରୁଣାଚଳ ପ୍ରଦେଶ ଫୁଟବଲ ଆସୋସିଏଶନ ସିପାରିଶ କରିଛନ୍ତି । ଅଗଷ୍ଟ ୨୮ରେ ଏଆଇଏଫଏଫ ଏକଜିକ୍ୟୁଟିଭ କମିଟି ନିର୍ବାଚନ ଆୟୋଜିତ ହେବ ।
BREAKING NEWS
- ଖୁସି ଖବର ଦେଲେ ସବ୍ୟସାଚୀ ଓ ଅର୍ଚ୍ଚିତା…
- Nitin Nabin appointed: ନୂତନ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
- ନୂଆ ଶ୍ରମ କୋଡକୁ ନେଇ JSW ଷ୍ଟିଲର ସଚେତନତା କାର୍ଯ୍ୟକ୍ରମ…
- Minister S. Jaishankar: ବ୍ରିଟେନ ସମେତ ୟୁରୋପୀୟ ଦେଶର ନେତାଙ୍କ ସହ ସାକ୍ଷାତ କଲେ ଜୟଶଙ୍କର; ଏହି ପ୍ରସଙ୍ଗରେ…
- ନିଜ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ
- ଗାୟକ ଜୁବୀନ ଗର୍ଗଙ୍କ ହତ୍ୟା ପଛରେ ୪ ଅଭିଯୁକ୍ତ; ଚାର୍ଜସିଟ୍ ଦାଖଲ କଲା ଏସଆଇଟି
- ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର ଗିରଫ
- ଦରକାର ପଡ଼ିବନି ଇଡ଼ଲି ମେକର, ଷ୍ଟିଲ୍ ଗ୍ଲାସରେ ସହଜରେ ବନାନ୍ତୁ ଇଡ଼ଲି
- ୧୩ ବର୍ଷ ସାନ ବାନ୍ଧବୀଙ୍କ ସହ ଅର୍ଜୁନ ରାମପାଲଙ୍କ ନିର୍ବନ୍ଧ
- ଇତିହାସ ରଚିଲେ କୋଲହାପୁରର ଝିଅ, ଆଇଏମଏରୁ ପାସ୍ ହୋଇଥିବା ପ୍ରଥମ ମହିଳା ହେଲେ ଲେଫ୍ଟନାଣ୍ଟ ସାଇ ଜାଦବ
Comments are closed.