ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନୀତୁ କାପୁର ସୋସିଆଲ ମିଡିଆରେ ସମ୍ପର୍କରେ ଜଣାଇଛନ୍ତି । ସୋନମ ଏବଂ ଆନନ୍ଦ ଆହୁଜାଙ୍କ ପୁତ୍ର ସନ୍ତାନ ଜନ୍ମ ହେଇଥିବା ସେ ସ୍ପଷ୍ଟ କରିଛନ୍ତି । ଅଗଷ୍ଟ ୨୦ରେ ସୋନମ ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି । ଜୀବନର ଏକ ନୂତନ ଯାତ୍ରାରେ ଆମକୁ ସହଯୋଗ କରିଥିବା ସମସ୍ତଙ୍କୁ ନୀତୁ କାପୁର ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସୋନମ ପ୍ରେଗେନ୍ସି ସମ୍ପର୍କରେ ଘୋଷଣା କରିଥିଲେ । ଏଥର ଆମ ଜୀବନ ପୂରା ବଦଳିବାକୁ ଯାଉଛି ବୋଲି ଆନନ୍ଦ କହିଛନ୍ତି । ୨୦୧୮ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହାର ୪ ବର୍ଷ ପରେ ସୋନମ ତାଙ୍କ ବେବି ବମ୍ପର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଅନୀଲ କାପୁରଙ୍କ ଝିଅ ସୋନମ ବଲିଉଡରେ ଏକ ଷ୍ଟାଇଲିଶ ଅଭିନେତ୍ରୀ ଭାବେ ପରିଚିତ । ସେ ହଠାତ ବିବାହ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ।
BREAKING NEWS
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
Comments are closed.