Latest Odisha News

BREAKING NEWS

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା

ଭୁବନେଶ୍ବର : ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅନୁମୋଦନ କ୍ରମେ ଯୁକ୍ତ ୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି।

ନୂତନ ସୂଚନା ଅନୁଯାୟୀ, ଯକ୍ତ ୨ ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯ ରୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ ରୁ ୧୦  ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି। ସ୍ପଟ୍ ସିଲେକସନ ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ସ୍ପଟ୍ ସିଲେକସନ ନାମଲେଖା ସେପ୍ଟେମ୍ବର ୧୭ ରୁ ୨୦ ତାରିଖ ମଧ୍ଯରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.