Latest Odisha News

ସରକାରୀ ବୈଠକରେ ମହେଶ୍ୱର ମହାନ୍ତି, ବିଧାୟକ ଜୟନ୍ତ କହିଲେ ବିନା ନିମନ୍ତ୍ରଣରେ ସେ କାହିଁକି ଆସିଛନ୍ତି ?

ପୁରୀ: ସରକାରୀ ବୈଠକରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ମହେଶ୍ୱର ମହାନ୍ତି। ପୁରୀ ସର୍କିଟ ହାଉସରେ ଏକ ବୈଠକ ବସିଥିଲା। ବନ୍ୟା କ୍ଷୟକ୍ଷତି ସମ୍ପର୍କିତକୁ ନେଇ ଏହି ବୈଠକରେ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଏହି ବୈଠକରେ ଜିଲ୍ଲାର ଅନ୍ୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ।

ବୈଠକରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ମଧ୍ୟ ଉପସ୍ଥିତ ଥିଲେ। ଜୟନ୍ତ ବୈଠକ ଆରମ୍ଭ ହେବା ମାତ୍ରେ ପଚାରିଥିଲେ ସରକାରୀ ବୈଠକରେ ପୂର୍ବତନ ବିଧାୟକ କାହିଁକି ଉପସ୍ଥିତ ରହିଛନ୍ତି। ତାଙ୍କୁ ବୈଠକକୁ ଆମନ୍ତ୍ରଣ କରାଯାଇନି। ସେ ତାହେଲେ କେଉଁ କାରଣ ପାଇଁ ଆସିଛନ୍ତି ବୋଲି ପଚାରିଥିଲେ। ଏହା କ’ଣ ଦଳୀୟ ବୈଠକ କି ବୋଲି ପଚାରିଥିଲେ। ପରେ ମହେଶ୍ୱର ମହାନ୍ତି ଯଦିଓ ନରିବ ରହିଥିଲେ ତାଙ୍କ ପାଇଁ ମୁହଁ ଖୋଲିଥିଲେ ମନ୍ତ୍ରୀ ସମୀର ମହାନ୍ତି । ସେ କହିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ବୈଠକକୁ ଡାକିଥିଲେ। ତେଣୁ ସେ ଆସିଛନ୍ତି।

ଏହାପରେ ମିଡିଆକୁ ପ୍ରତିକ୍ରିୟା ଦେଇ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ପୁରୀରୁ ଅଭଡା ବାହାରକୁ ବାହାରିଲେ କିଛି ଲୋକ ପଛେ ପଛେ ଯାଇ ଶେଷରେ ଅଭଡା ଗ୍ରହଣ କରନ୍ତି। ଏମାନଙ୍କୁ କିନ୍ତୁ ଆମନ୍ତ୍ରଣ ହୋଇନଥାଏ। ମହେଶ୍ୱର ମହାନ୍ତିଙ୍କୁ ଟାର୍ଗେଟ କରି ସେ ଏପରି କହିଥିଲେ। ପରେ କହିଥିଲେ ଯଦି ପୂର୍ବତନ ବିଧାୟକଙ୍କୁ ଡକା ହୋଇଛି ତାହାଲେ ଜିଲ୍ଲାର ଅନ୍ୟ ପୂର୍ବତନ ବିଧାୟକଙ୍କୁ କାହିଁକି ଡକା ନହେଲା।

ଏହାର ଜବାବରେ ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି କହିଛନ୍ତି, ବିଧାୟକ ଯେଉଁ କଥା କହିଛନ୍ତି ତାହା ତାଙ୍କର ହୀନ ମନ୍ୟତ। ମନ୍ତ୍ରୀ ବୈଠକକୁ ଆସିବାକୁ କହିଥିଲେ ତେଣୁ ସେ ଆସିଥିଲେ ବୋଲି କହିଛନ୍ତି। ଏହାଛଡା ସେ ଆଉ କିଛି କହିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ।

ଏହି ସରକାରୀ ବୈଠକରେ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ ଅଧିକାରୀ ଯଦିଓ ଉପସ୍ଥିତ ଥିଲେ ହେଲେ ସାଂସଦ ପିନାକୀ ମିଶ୍ର ଅନୁପସ୍ଥିତ ଥିଲେ। ଆଜି ସାଂସଦ ପିନାକୀ ମିଶ୍ର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦଳ ତରଫରୁ ଭେଟି ଶୁଭେଚ୍ଛା ଜଣାଇଥିଲେ।

Comments are closed.