Latest Odisha News

ଓଡ଼ିଶାରେ ଅକ୍ଟୋବର ୨ରୁ ସମ୍ପୂର୍ଣ୍ଣ ନିଷେଧ ହେବ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର: ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍ କରିବାକୁ ଘୋଷଣା କରିଛନ୍ତି ।

‘ଆମ ମୁଖ୍ୟମନ୍ତ୍ରୀ, ଆମ କଥା’ କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟରେ ଏକ ଭିଡ଼ିଓ କନଫରେନସ ମାଧ୍ୟମରେ ଏହି ପ୍ଲାଷ୍ଟିକ ଓ ପଲିଥିନର ବ୍ୟାନ ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ହେବ ବୋଲି ଘୋଷଣା କରିଛନ୍ତି ।

ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି, ଏବଂ ସେଥିଲାଗି ପ୍ଲାଷ୍ଟିକ ଓ ପଲିଥିନକୁ ପରିତ୍ୟାଗ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନକୁ ନିଷିଦ୍ଧ ଘୋଷଣା କରିବା ନେଇ ରାଜ୍ୟ ପ୍ରଶାସନର ପଞ୍ଚାୟତିରାଜ ତଥା ସହର ଓ ନଗର ଉନ୍ନୟନ ବିଭାଗକୁ ଏହି ଘୋଷଣା ସମ୍ପର୍କରେ ଅବଗତ କରାଯାଇ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ ହେବା ନେଇ ରାଜ୍ୟବାସୀଙ୍କର ସହଯୋଗ ଲୋଡ଼ିଛନ୍ତି । ଜନସାଧାରଣ ଏହାର ବ୍ୟବହାର ନକରିବା ନେଇ ବିଶେଷ ଭାବେ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.