ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତର କୌଣସି ଖେଳାଳି ଏହି ସଫଳତା ହାସଲ କରି ନ ଥିଲେ । ସେମିଫାଇନାଲ ମୁକାବିଲାରେ ସାଇରାଜ-ଚିରାଗ ଯୋଡିଙ୍କୁ ମାଲେସିଆର ଏରୋନ ଚିୟା ଓ ସୁ ୱେଇ ୨୦-୨୨, ୨୧-୧୮ ଓ ୨୧-୧୬ରେ ପରାସ୍ତ କରିଥିଲେ । ମାଲେସିଆର ଏହି ଯୋଡି ଷଷ୍ଠ ଥର ପାଇଁ ଚିରାଗ-ସାଇରାଜଙ୍କୁ ପରାସ୍ତ କରିଛନ୍ତି । ୨୦୧୧ରେ ମହିଳା ଡବଲ୍ସରେ ଭାରତର ଜ୍ୱାଲା ଗୁଟ୍ଟା ଓ ଅଶ୍ୱୀନ ପୋନ୍ନାପା ଯୋଡି ବ୍ରୋଞ୍ଜ ଜିତିଥିଲେ ।
🇮🇳@satwiksairaj & @Shettychirag04 end their #BWFWorldChampionships2022 campaign with a historic 🥉 medal. This is the result of their perseverance, determination & sheer passion 🔥🔝
Congratulations boys 🥳👏#BWFWorldChampionships#BWC2022#Tokyo2022#IndiaontheRise#Badminton pic.twitter.com/fU0CQLD6pe
— BAI Media (@BAI_Media) August 27, 2022
ବିଶ୍ୱ ଚାମ୍ପିୟନଶିପରେ ଭାରତ ଓଭରାଲ ୧୩ ପଦକ ଜିତିଛି । ପିଭି ସିନ୍ଧୁ ୫ଟି(୧ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ), ସାଇନା ନେହ୍ୱାଲ ୨ଟି (୧ ରୌପ୍ୟ, ୧ ବ୍ରୋଞ୍ଜ)ଓ ଜ୍ୱାଲା-ଅଶ୍ୱୀନ(ବ୍ରୋଞ୍ଜ) ଗୋଟିଏ ପଦକ ଜିତିଛନ୍ତି । ପୁରୁଷ ବିଭାଗରେ ପ୍ରକାଶ ପାଦୁକୋନ, ସାଇ ପ୍ରଣୀଥ, କିଦାମ୍ବି ଶ୍ରୀକାନ୍ତ ଓ ଲକ୍ଷ୍ୟ ସେନ ଭାରତ ପାଇଁ ପଦକ ହାସଲ କରିଛନ୍ତି ।