ଭୁବନେଶ୍ବର: ଓଡିଶା କ୍ୟାଡର 2006 ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ରୂପା ରୋଶନ ସାହୁ କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାରେ ସାମିଲ ହୋଇଛନ୍ତି। ରୂପା ରୋଶନ ସାହୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଥିବା ରୂପା ରୋଶନ ସାହୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ରାଜ୍ୟ ଟିଇ ଓ ଏସ୍ସିଇଆର୍ଟିର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସର୍ବଭାରତୀୟସ୍ତରରେ ୫୫ଜଣ ଆଇଏଏସ୍ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ ଆବଶ୍ୟକ ସମୟରେ କାର୍ଯ୍ୟ କରିବା ପାଇଁ ଯୁଗ୍ମ ସଚିବ ପାହ୍ୟାରେ ସାମିଲ କରାଯାଇଛି ।
Comments are closed.