Latest Odisha News

BREAKING NEWS

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ ହାତେଇଛି ତାହା ପ୍ରକାଶ କରାଯାଇ ନାହିଁ । ତେବେ କେତେକ ମିଡିଆ ହାଉସ ଅନୁସାରେ ଷ୍ଟାର ନେଟୱର୍କ ଏଥିପାଇଁ ୧୧.୫ ହଜାର କୋଟି ଟଙ୍କା ଦେଇଛି । ୫ ବର୍ଷ ପାଇଁ ଆଇପିଏଲ ପ୍ରସାରଣ ମଧ୍ୟ ଏହି ଗ୍ରୁପ ୨୩,୫୭୫ କୋଟି ଟଙ୍କାରେ ନେଇଥିଲା । ପୂର୍ବରୁ ୮ ବର୍ଷ (୨୦୧୬ରୁ ୨୩) ପାଇଁ ୧୬ ହଜାର କୋଟି ଟଙ୍କାରେ ଷ୍ଟାର ଏହି ଅଧିକାର କିଣିଥିଲା । ଆଇସିସିର ଏହି ମିଡିଆ ରାଇଟ୍ସ ହାତେଇବା ପାଇଁ ଷ୍ଟାର ବ୍ୟତୀତ ସୋନୀ, ବାୟକମ ଓ ଜୀ ମଧ୍ୟ ଦୌଡରେ ରହିଥିଲେ ।

ଯଦି ପ୍ରଥମ ରାଉଣ୍ଡରେ ଏହା ଚୂଡାନ୍ତ ହୋଇ ପାରି ନ ଥାନ୍ତା ତାହେଲେ ଆଇସିସି ଦ୍ୱିତୀୟ ରାଉଣ୍ଡର ଆୟୋଜନ କରିଥାନ୍ତା । ମାତ୍ର ପ୍ରଥମ ରାଉଣ୍ଡରୁ ଅନ୍ୟ ୩ କମ୍ପାନୀ ଓହରି ଯାଇଥିଲେ । ଏହି ୫ ବର୍ଷ ମଧ୍ୟରେ ଅନେକଗୁଡିଏ ବଡ ଟୁର୍ଣ୍ଣାମେଂଟ ଆୟୋଜନ ହେବାକୁ ଅଛି । ୨୦୨୪, ୨୦୨୬ ଟି୨୦ ବିଶ୍ୱକପ. ୨୦୨୭ ଦିନିକିଆ ବିଶ୍ୱକପ, ୨୦୨୫ ଚାମ୍ପିୟନ୍ସ ଟ୍ରଫି, ୨୦୨୫, ୨୦୨୭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ସାମିଲ । ସେହିପରି ମହିଳା ଟୁର୍ଣ୍ଣାମେଂଟ ମଧ୍ୟରେ ୨୦୨୪, ୨୦୨୬ ଟି୨୦ ବିଶ୍ୱକପ, ୨୦୨୫ ଦିନିକିଆ ବିଶ୍ୱକପ ଓ ୨୦୨୭ ଚାମ୍ପିୟନ୍ସ ଟ୍ରଫି ସାମିଲ ।

Leave A Reply

Your email address will not be published.