ରାୟଗଡ଼ା: ସାମ୍ନାକୁ ଆସିଲା ନାଗାବଳୀରେ ନାବାଳକ ଭାସିଯିବା ପୂର୍ବର ଦୃଶ୍ୟ । ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରୁ ଉଦ୍ଧାର ହେଲା ଏ. ଅମରେଶର ଶବ । ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକ ଏ. ଅମରେଶର ଶବ। ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ଶବ ଉଦ୍ଧାର ହୋଇଛି ।
ଗତ ୨୫ ତାରିଖ ଦିନ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀର ଝୁଲାପୋଲ ଠାରେ ବାପା ଓ ପୁଅମାନେ ଗାଧୋଇବା ସମୟରେ ଭାସି ଯାଇଥିଲେ ଅମରେଶ ।
ରାୟଗଡ଼ା ଉପକଣ୍ଠ ଝୁଲା ବ୍ରିଜ ସ୍ଥିତ ନାଗାବଳୀ ନଦୀରେ ଆନ୍ଧ୍ରପ୍ରଦେଶର ଗୋଟିଏ ପରିବାର ର ୪ଜଣ ଗାଧୋଉଥିବା ବେଳେ ନଦୀରେ ଭାଷିଯାଇଥିଲେ । ବାପା ସି. ଗୋପାଳକୃଷ୍ଣ ପ୍ରଥମେ ଦୁଇ ପୁଅକୁ ଉଦ୍ଧାର କରିଥିବା ବେଳେ ଉ ୫ବର୍ଷର ଶିଶୁପୁତ୍ର ଏ. ଅମରେଶର କୁ ଉଦ୍ଧାର କରିବାକୁ ନଦୀ ଗର୍ଭକୁ ଡେଇଁ ନିଜେ ଭାସିଯାଇ ନଦୀ ମଝିରେ ଫସି ରହିଥିଲେ ।
ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଫସି ରହିଥିବା ଗୋପାଳକୃଷ୍ଣଙ୍କୁ ଏକଘଣ୍ଟା ଧରି କଠିନ ପରିଶ୍ରମ ପରେ ଉଦ୍ଧାର କରିଥିଲା । ଏବ ଉକ୍ତ ପରିବାରର ପିଲାମାନେ ଗାଧୋଉଥିବା ବେଳର ଦୃଶ୍ୟ ଭାଇରାଲ ହେଉଛି ।
Comments are closed.