ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସ୍ବଦେହ ସଂଦେହ-ବିହୀନ
ହେଲେ ହିଁ ଚିତ୍ତ ପରିଚ୍ଛନ୍ନ
ହୁଏ, ଉଭେଇଯାଏ ଡର
ସଂଭବ ସବୁ ଉପକାର
‘ ଲୋକେ କ’ଣ ଭାବିବେ? ‘ ଚିଂତା
ସୃଷ୍ଟି କରିଲେ ଅସ୍ଥିରତା
ବଚନ ପାଲଟେ ସଂଳାପ
ସତ୍ୟର ମୁକ୍ତ ଅପଳାପ
ଅଧିକ ମଧୁର ଆଳାପ
ଅଥବା ବାଚାଳ ପ୍ରଳାପ
କରଂତି କଥାକୁ ଦୂଷିତ
କାହାର ହୁଏନାହିଁ ହିତ
ବିଚାର, ଆଚାର ଭିନ୍ନତା
ମଧ୍ୟରେ ପ୍ରସଂଗ ସ୍ଥିରତା
ରଖି ନ ପାରି ବହୁ ବ୍ୟକ୍ତି
କରୁଥାଆଂତି ପୁନରୁକ୍ତି
ନିଡର ସାହସୀ ଲେଖକ
ପ୍ରତି ହିଁ ଆଗ୍ରହୀ ପାଠକ
ଦେଖାଂତି ନିଜର ଆସକ୍ତି
କୃତି ହିଁ ସାହିତ୍ୟର ଶକ୍ତି
କଲେ ବ୍ୟକ୍ତିର ଗୁଣଗାନ
କୃତିର ମାନ ହୁଏ ମ୍ଳାନ
ବ୍ୟକ୍ତି ବଂଦନା ନିରଂତର
କରଇ କୃତିର ସଂହାର
Comments are closed.