Latest Odisha News

BREAKING NEWS

OPTCL କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ଚୁଳିଆ ନିକଟରେ OPTCL କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ହେଲା ଅରୁଣ କୁମାର ନାୟକ, ଚାରି ସୁପାରୀକିଲର ହେଲେ ବନ୍ତଳା ଥାନା ଧକୋଠା ଗ୍ରାମର ଜିନୁ ପ୍ରଧାନ, ଅନଗୁଳ ସଦରଥାନା କାବୁଲିପାଳ ଗ୍ରାମର ଉତ୍ତମ ଭୋଇ, ବନ୍ତଳା ଥାନା ଜରାରପୁର ଗ୍ରାମର ରାଣାପ୍ରତାପ ଦେହୁରୀ ଓ ଢେଙ୍କାନାଳ ସଦରଥାନା ଗୋବିନ୍ଦପୁର ଗ୍ରାମର ସିପୁନ ନାୟକ l

ସୂଚନା ଅନୁସାରେ, ଭୁବନ ଅଞ୍ଚଳର ରାକେଶ କୁମାର ଦାସ ଗତ ୯ ତାରିଖ ଦିନ ଭୁବନରୁ ବାହାରି ମେରାମଣ୍ଡଳୀ ଯାଉଥିବା ସମୟରେ କାମାକ୍ଷାନଗର ଥାନା ଚୁଳିଆ ନିକଟରେ ଦୁଇଟି ମୋଟରସାଇକେଲରେ ଚାରି,ପାଞ୍ଚ ଜଣ ଦୁର୍ବୃତ୍ତ ତାଙ୍କୁ ଧାରୁଆଅସ୍ତ୍ରରେ ଆକ୍ରମଣ କରିଥିଲେ l ରାକେଶ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପରେ କଟକ ସ୍ଥାନାନ୍ତର ହୋଇଥିଲେl ଘଟଣାକୁ ନେଇ ରାକେଶଙ୍କ ପରିବାର ତରଫରୁ କାମାକ୍ଷାନଗର ଥାନାରେ ଏକ ଅଭିଯୋଗ ହୋଇଥିଲା l

ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ମୁଖ୍ୟଅଭିଯୁକ୍ତ ଅରୁଣ ଓ ସୁପାରୀକିଲରଙ୍କ ମଧ୍ୟରେ ଏକଲକ୍ଷ ତିରିଶ ହଜାର ଟଙ୍କାରେ ଡିଲ ହୋଇଥିଲା ବେଳେ ଅଗ୍ରୀମ ବାବଦରେ ୯୦, ହଜାର ଟଙ୍କା ଅରୁଣ ଚାରି ସୁପାରୀକିଲରଙ୍କୁ ଦେଇଥିଲା l ତେବେ ପୁଲିସ ଏହି ଘଟଣାରେ ସମସ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୮୯ ହଜାର ୪୦୦ ଟଙ୍କା, ୪ଟି ମୋବାଇଲ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି l

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଜଣ ସୁପାରୀକିଲରଙ୍କୁ ଏପଯ୍ୟନ୍ତ ପୋଲିସ ଧରିପାରିନଥିବା ବେଳେ ସେମାନଙ୍କୁ ଧରିବାପାଇଁ ଉଦ୍ୟମ ଜାରି ରହିଛି l

Leave A Reply

Your email address will not be published.