Latest Odisha News

BREAKING NEWS

ମଣିପୁରରେ ନୀତୀଶଙ୍କୁ ଝଟକା

ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ  ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି ।

ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବାକୁ ବିଧାନସଭା ବାଚସ୍ପତି ଗ୍ରହଣ କରିଛନ୍ତି । ବିଧାନସଭା ସଚିବ କେ ମେଘଜିତ ସିଂହ ଏନେଇ ସୂଚନା ଦେଇଛନ୍ତି ।  ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ନୀତିଶ କହିଥିଲା ।

ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର ପୂର୍ବରୁ ମଣିପୁର ରେ ନୀତୀଶଙ୍କୁ ଝଟକା ଲାଗିଛି  । ଏହି ଘଟଣା ପରେ ଉଭୟ ମଣିପୁର ଓ ବିହାର ରାଜନୀତିରେ ଝଡ଼ ସୃଷ୍ଟି ହେଇଛି। ଗୋଟିଏ ପଟେ ଜେଡିୟୁ ଏହାକୁ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରୀକ ବୋଲି କହୁଥିବାବେଳେ ବିଜେପି ଏହି ବିଧାୟକମାନଙ୍କୁ  ସ୍ୱାଗତ କରିଛି ।

Leave A Reply

Your email address will not be published.