ଭୁବନେଶ୍ୱର : ରାଜ୍ୟରେ ବନ୍ୟାର ବିଭୀଷିକା ପରେ ଅନେକ କ୍ଷୟ କ୍ଷତି ହୋଇଛି । ମହାନଦୀର ଶାଖାନଦୀ ଆସିଥିବା ବନ୍ୟାର ପ୍ରଭାବରେ ପୁରୀ ଜିଲ୍ଲା ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଥିଲା । ପୁରୀ ଜିଲ୍ଲାର ଗୋପ ବ୍ଲକର ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ବିସ୍କୁଟ, ଛତୁଆ, ଚିନି, ଚୁଡା ,ମୁଡି, ମହମବତୀ, ଦିଆସିଲ, ମଶା ଧୁପ ଓ ସାନିଟାରୀ ପ୍ୟାଡ୍ ଭଳି ଆବଶ୍ୟକ ସାମଗ୍ରୀକୁ ରିଲିଫ ଆକାରରେ ନୋଥପୁର, ମହିସାହି, କୁଆନପଡା ପଞ୍ଚାୟତ ଏବଂ ଗ୍ରାମରେ ବନ୍ୟା ପରିସ୍ଥିତି ପାଇଁ ଦାନ କରାଯାଇଛି ।
ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲର ଚେୟାରମ୍ୟାନ୍ ଡ ଶିଳ୍ପା ସାହୁ କହିଛନ୍ତି ଯେ ଏଭଳି ବିପଦ ସମୟରେ ସାହାଯ୍ୟ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଏବଂ ଛାତ୍ର ଛାତ୍ରୀ ମାନେ ସହାନୁଭୂତିଶୀଳ ସହୋଯୋଗ କାର୍ଯ୍ୟକଳାପ ଜାଣିବା ଆବଶ୍ୟକ । ଅସୁବିଧାରେ ପଡିଥିବା ଲୋକଙ୍କର ଯନ୍ତ୍ରଣାକୁ ବୁଝିପାରିଲେ ଆମ ଭିତରେ ସହାନୁଭୂତି ଏବଂ ଦୟା ଜାଗ୍ରତ ହୋଇପାରିବ ।
Comments are closed.