Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା  ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି  ।  ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍  ।  ୨୩ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଓଡିଶାର ଆଇନଶୃଙ୍ଖଳା ସମ୍ପୁର୍ଣ୍ଣ  ବିପର୍ଯ୍ୟସ୍ତ ।  ମା ଓ ଭଉଣୀମାନେ ନ୍ୟାୟ ପାଇବା ସାତ ସ୍ୱପ୍ନ । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ବିଜେଡି ସରକାରରେ ମହିଳା ବିପଦରେ ଅଛନ୍ତି ବୋଲି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ସ୍ମୃତି ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି  ।

ଏନେଇ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଆଗାମୀ ଦିନରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବାରୁ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ଗତ ୬ ଓ ୭ ତାରିଖ  ଦୁଇଦିନ ଧରି ସଭା କରି ଏନସିଆରବି ରିପୋର୍ଟ ତର୍ଜମା କରି ନିଷ୍ପତି ହୋଇଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ସେହିପରି ମହିଳାମୋର୍ଚ୍ଚା ସଭାନେତ୍ରୀ  ପଟ୍ଟନାୟକଙ୍କ ତତ୍ୱାବଧାନରେ ୭ ଓ ୮ତାରିଖ ଦିନ ମହିଳା ଯାତ୍ରା ଓ ସାଧାରଣ ସଭା ଏବଂ  ପରବର୍ତୀ ପର୍ଯ୍ୟାୟରେ ମଣ୍ଡଳ ସ୍ତରରେ ଦସ୍ତଖତ ଅଭିଯାନ କରିବାର ନିଷ୍ପତି ହୋଇଛି ।

Leave A Reply

Your email address will not be published.