Latest Odisha News

BREAKING NEWS

ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ ।  ଏସିଆ  କପରେ ପାକିସ୍ତାନ ଆଗରେ ଭାରତ ୧୮୨ ରନ୍  ଟାର୍ଗେଟ ଦେଇଥିଲା । ତେବେ ଅର୍ଶଦୀପଙ୍କ ଶେଷ ଓଭରରେ 7 ରନ କରିବାକୁ ଥିବା ବେଳେ ପାକିସ୍ତାନ ଭାରତକୁ 5 ଉଇକେଟରେ ପରାସ୍ତ କରିଛି ।  ଗୋଟେ ବଲ ବାକିଥାଇ ପାକିସ୍ତାନ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ 71 ରନ୍ କରିଥିଲେ । ମହମ୍ମଦ ନବାଜ 42 ରନ କରି ଆଉଟ ହୋଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି   ୨୦ ଓଭରରେ ୭ ଉଇକେଟ ହରାଇ  ୧୮୧ ରନ କରିଥିଲା  । ବିରାଟ କୋହଲି  ଦମଦାର ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ୪୦ ବଲରେ ୬୦ ରନ୍ କରିଥିଲେ ବିରାଟ କୋହଲି  । ରବି ବିଷ୍ଣୋଇ ଶେଷ ଦୁଇଟି  ବଲରେ ଦୁଇଟି ଚୈାକା ମାରି ୮ ରନ କରିଥିଲେ ।

ରୋହିତ ୧୬ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ କେଏଲ୍ ରାହୁଲ ୨୦ ବଲରେ ୨୮ ରନ କରି ଆଉଟ ହୋଇଛନ୍ତି । ସୂର‌୍ୟ୍ୟକୁମାର ୧୩ ରନ କରି ଆଉଟ ହୋଇଥିବା ବେଳେ ଋଷଭ ପନ୍ଥ ୧୪ ରନ କରି ଆଉଟ ହୋଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଶୂନରେ ଆଉଟ ହୋଇଛନ୍ତି । ଦୀପକ ହୁଡା ବଡ଼ ସଟ୍ ଖେଳିବାକୁ ଯାଇ  ୧୬ ରନ୍ କରି ଆଉଟ ହୋଇଥିଲେ ।

Leave A Reply

Your email address will not be published.