Latest Odisha News

BREAKING NEWS

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଟ୍ରିକ୍ ସାର୍ଟିଫିକେଟ୍

କଟକ : ଆସନ୍ତା ଜୁନ୍ ୩୦ ଓ ଜୁଲାଇ ୧ତାରିଖ ମଧ୍ୟରେ ରାଜ୍ୟରେ ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟକୁ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ନିଷ୍ପତ୍ତି ହୋଇଛି ।

ଏନେଇ ବିଏସଇ ସଚିବ ରାମାଶିଷ ହାଜରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ସହ ମାଇଗ୍ରେସନ ସାର୍ଟିଫିକେଟ୍, ଏଫ୍-ଗ୍ରେଡ୍ ପରୀକ୍ଷାଥୀଙ୍କ ମାର୍କସିଟ୍ ସମେତ ସମସ୍ତ ପରୀକ୍ଷାର୍ଥୀଙ୍କ ଟାବୁଲେସନ୍ ରେଜିଷ୍ଟ୍ରାର ମଧ୍ୟ ପଠାଯିବ । ଏଥିସହିତ ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରିକୃତ କାର‌୍ୟ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ।

ଆହୁରି ମଧ୍ୟ “ସାର୍ଟିଫିକେଟ୍ ଗ୍ରହଣ କରିବା ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରଧାନଶିକ୍ଷୟତ୍ରୀ ଏବଂ ତାଙ୍କ ପ୍ରତିନିଧି ଏହାକୁ ଠିକ୍ ଭାବେ ଯାଞ୍ଚ କରିବେ। ଯଦି କୌଣସି ପିଲାଙ୍କ ସାର୍ଟିଫିକେଟ୍ ନଥାଏ କିମ୍ବା ନିଖୋଜ ଥାଏ, ତେବେ ତୁରନ୍ତ ଦାୟିତ୍ୱରେ ଥିବା ବୋର୍ଡ ଅଧିକାରୀଙ୍କୁ ଅବଗତ କରିବେ” ବୋଲି ସେ କହିଛନ୍ତି।

ତେବେ ଯଦି ସାର୍ଟିଫିକେଟରେ କୌଣସି ପ୍ରକାର ତ୍ରୁଟି ଥାଏ, ତାହେଲେ ୧୦ ଦିନ ମଧ୍ୟରେ ଉକ୍ତ ସାର୍ଟିଫିକେଟ ଗୁଡିକୁ ବୋର୍ଡର ମୁଖ୍ୟ କାର‌୍ୟ୍ୟାଳୟକୁ ପଠାଇବାକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.