ପୁରୀ: ଆଉ ମାସେ ପରେ କାର୍ତ୍ତିକ ବ୍ରତ କରିବେ ହବିଷ୍ୟାଳୀ । କରୋନା ପାଇଁ ଦୁଇ ବର୍ଷ ହେଲା ପୁରୀରେ କାର୍ତ୍ତିକ ବ୍ରତ ଠିକ ଭାବେ କରିପାରିନାହାଁନ୍ତି ହବିଷ୍ୟାଳି । ଆସନ୍ତା ମାସ ଅକ୍ଟୋବର ୧୦ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । କରୋନା କଟକଣା ଯୋଗୁଁ ୨ ବର୍ଷ ହେଲା ହବିଷ୍ୟାଳୀ ଶିବିର ପୁରୀରେ ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଯିବାକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଥିଲା।
ଚଳିତ ବର୍ଷ ହବିଷ୍ୟାଳିଙ୍କୁ ଶିବିରରେ ରହିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥର ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଶିବିର କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଏହା ସହ ସୁବିଧାରେ ରହିବା, ଠାକୁରଙ୍କୁ ଦର୍ଶନ କରିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ।
ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଅନ୍ୟାନ୍ୟ ଅଧିକାରୀ ଆଲୋଚନା କରିଛନ୍ତି। କାର୍ତ୍ତିକ ବ୍ରତଧାରୀ କାର୍ତ୍ତିକ ବ୍ରତଠାରୁ ଏକ ମାସ ଧରି ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସରେ ରହିବେ। ଏହି ନିବାସରେ ପ୍ରାୟ ୨ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି।
Comments are closed.