Latest Odisha News

BREAKING NEWS

ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଅନୁଧ୍ୟାନ କଲା FIH

ରାଉରକେଲା: ଇଣ୍ଟରନ୍ୟାସନାଲ୍ ହକି ଫେଡରେସନ୍ ଟିମ୍ ରାଉରକେଲା ସ୍ଥିତ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବୁଲି ଦେଖିଛନ୍ତି । ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜିତ ହେବ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

FIHର କାର୍ଯ୍ୟକାରୀ ସଭାପତି ସୈଫ ଅହମଦ, ସିଇଓ ଥିଏରି ୱେଲ୍, ହକି ଇଣ୍ଡିଆ ସିଓଏ ମେମ୍ବର ଏସ୍.ୱାଇ କ୍ୟୁରେସି ଓ ଜାଫର ଇକୱାଲ, ଇଡକୋ ଅଧ୍ୟକ୍ଷ ହେମନ୍ତ ଶର୍ମା ଓ ରାଜ୍ୟ କ୍ରୀଡ଼ା ସଚିବ ଆର. ଭୀନିଲ କ୍ରିଷ୍ଣା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବୁଲି ଦେଖିବା ସହ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ ।

Leave A Reply

Your email address will not be published.