ଭୁବନେଶ୍ୱର: ଆଜି ବ୍ରିଟେନର ନୂଆ ରାଜା ପ୍ରିନ୍ସ ଚାର୍ଲସଙ୍କ ରାଜାଭିଷେକ । ଏହା ପୂର୍ବରୁ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସେ ଓଡ଼ିଶା ଆସିଥିବାର ଏକ ଖବର ସାମ୍ନାକୁ ଆସିଛି। ୧୯୮୦ ରେ ରାଜ୍ୟ ଅତିଥି ଭାବରେ ଓଡିଶା ଗସ୍ତରେ ସେ ଆସିଥିଲେ।ସେତେବେଳେ ତାଙ୍କୁ ୩୨ ବର୍ଷ ହୋଇଥିଲା।
ପ୍ରିନ୍ସ ଚାର୍ଲ୍ସ ପୁରୀ ଜିଲ୍ଲାର ହରିପୁର ଗାଁର ପରିଦର୍ଶନ କରିବାକୁ ଆସିଥିଲେ। ସେ ଗାଁରେ ନଡ଼ିଆ ପାଣି ପିଇ ଦେଖିଥିଲେ। ଏବଂ ଗଛରୁ କିଭଳି ନଡିଆ ତୋଳି ହେଉଛି ତାହା ଦେଖିଖିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ପୁରୀ ଯିବା ବାଟରେ ବଳଦ ଗାଡି ଦେଖିଥିଲେ। ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଆଉ ସେ ଯାଉଥିବା ଗାଡିକୁ ଅଟକାଇ ଶଗଡଟିକୁ ଦେଖିଥିଲେ।
ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲାଭ ପଟ୍ଟନାୟକ ଥିଲେ । ଏବଂ ସି ଏମ ପୁନାଚା ରାଜ୍ୟପାଳ ଥିଲେ। ଚାର୍ଲ୍ସ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରର ରାଜ ଭବନରେ ରହିଥିଲେ। ରାଜଧାନୀ ସ୍ଥିତ ମୁକ୍ତେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।
ହରିପୁର ଗ୍ରାମବାସୀ ଚିତ୍ତରଂଜନ ପଣ୍ଡା କହିଛନ୍ତି, ସେତେବେଳେ ତାଙ୍କୁ ମାତ୍ର ୧୦-୧୨ ବର୍ଷ ବୟସ ହୋଇଥିଲା। ଏବେ ବ୍ରିଟେନର ରାଜାଙ୍କୁ ଦେଖିଥିବାରୁ ସେ ଖୁସି ବୋଲି କହିଛନ୍ତି।
ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର ସମସ୍ତ ରାଜନୈତିକ ନେତାଙ୍କୁ ଭେଟିଥିଲେ।
ବ୍ରିଟେନର ରାଣୀ ତାଙ୍କ ସମୟରେ ୩ ଥର ଭାରତ ଗସ୍ତ କରିଥିଲେ। ସେ ପ୍ରଥମେ ୧୯୬୧ ମସିହାରେ ଭାରତ ଗସ୍ତ କରିଥିଲେ। ଏହା ପରେ, ୧୯୮୩ ରେ ଏବଂ ପରେ ୧୯୯୭ ରେ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଏପରି ଜଣେ ବ୍ୟକ୍ତି ଯିଏକି ଶେଷ ଥର ପାଇଁ (ବ୍ରିଟେନରେ) ଏଲିଜାବେଥଙ୍କୁ ଭେଟିଥିଲେ। ସେ ୨୦୧୫ ରେ ବ୍ରିଟେନର ରାଣୀଙ୍କୁ ଏବଂ ପୁନର୍ବାର ୨୦୧୮ରେ ବକିଙ୍ଗହମ୍ ପ୍ୟାଲେସରେ ଭେଟିଥିଲେ।
Comments are closed.