ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମନହରା ଗାଁରେ ଶନିବାର ବିଦ୍ୟୁତ୍ ଆଘାତରେ ଏ.ଶୁଭମ ପାତ୍ର(୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଶୁଭମ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠର ଦଶମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ମା’ ହାଇଦ୍ରବାଦରେ କାମ ରହୁଥିବା ବେଳେ ଶୁଭମ ମାମୁଁ ରଘୁନାଥ ପାତ୍ରଙ୍କ ପାଖରେ ରହୁଥିଲେ । ଘର ସମ୍ମୁଖରେ ଗଣେଶ ପୂଜା ପାଇଁ ପଣ୍ଡାଲ ଲାଗିଥିଲା । ଶୁଭମ ପଣ୍ଡାଲକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ଅଣାଯାଇଥିଲା । କିନ୍ତୁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଶୁଭମଙ୍କ ମୃତ୍ୟୁ ହୋଇଯାଇଥିଲା । ମାମୁଙ୍କ ପକ୍ଷରୁ ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
BREAKING NEWS
- ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…
- Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା
- ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ
- ଜନସେବା କେନ୍ଦ୍ରରେ ଠକେଇ; ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ଗିରଫ ହେଲେ ଯୁବକ
- ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ
- PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ
- ତୃତୀୟ ଦିନିକିଆରେ ହଠାତ ହର୍ଷିତଙ୍କ ଏଂଟ୍ରି
- SIR Work Pressure: ଜୀବନ ହାରିଲେ ବିଏଲଓ; SIR କାର୍ଯ୍ୟ ପାଇଁ ସରକାରୀ ଚାପ ଅଭିଯୋଗ କଲେ ପରିବାର
- Leela Kshetra ‘Kankana Sikhari’:ନୂଆ ରୂପ ପାଇବ ଲୀଳାକ୍ଷେତ୍ର ‘କାଙ୍କଣଶିଖରୀ’

Comments are closed.