ଆନ୍ଧ୍ରପ୍ରଦେଶ: ଝିଅର ଇଛା ପୂରଣ କରିପାରିଲେନି ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ୱାଇ. ଏସ ଶର୍ମିଳା । ଭାଇ- ଭଉଣୀଙ୍କ କଳି ଭିତରେ ନିଜ ଅଜା ସମ୍ପତ୍ତିରେ ବିବାହର ସୌକ୍ ମରିଗଲା ଶର୍ମିଳାଙ୍କ ଝିଅ ଅଂଜଳୀଙ୍କର । ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିଧାୟକ ଜଗନମୋହନ ରେଡ୍ଡୀଙ୍କ ସହ ଭଉଣୀ ଶର୍ମିଳାଙ୍କ ବିବାଦ ପରେ ନିଜ ଝିଅର ବିବାବ ଭେନୁ୍ୟ ପରିବର୍ତ୍ତନ କଲେ ଶର୍ମିଳା । ଜଗନ ରେଡୀ ମୁଖ୍ୟମନ୍ତ୍ରୀ ହେବା ପରେ ପାରିବାରିକ ସମ୍ପତ୍ତି ଭାଗବଂଟା ହୋଇଥିଲା । କିଛି ସମ୍ପତ୍ତି ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଦିଆଯାଇଥିବା କହିଛନ୍ତି ଶର୍ମିଳା । ଏବେ ସେହି ସମ୍ପତ୍ତିରେ ଝିଅ ବିବାହ କରିବାକୁ ସ୍ଥିର କଲାପରେ ଭାଇ ଜଗନ ସଫା ସଫା ମନା କରିଦେଇଛନ୍ତି । ଫଳରେ ବିବାହର ଭେନୁ୍ୟ ବଦଳାଇ ଦେଇଛନ୍ତି ଶର୍ମିଲା । ଏମିତିକି ସୋସିଆଲ ମିଡିଆରେ ଝିଅ ବିବାହ ଏବେ ୟେଲହଙ୍କା ପରିବାରର ସମ୍ପତ୍ତିରେ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ଶର୍ମିଳା । ବେଙ୍ଗାଳୁରୁରେ ଥିବା ୟେଲହଙ୍କା ପ୍ୟାାଲେସରେ ଭାଣେଜି ବିବାହ କରିବାକୁ ମନା କରିଛନ୍ତି ଜଗନ୍ । ସମ୍ପୃକ୍ତ ସମ୍ପତ୍ତି ଆଇନ ଅନୁସାରେ ଶର୍ମିଳା ଓ ଏବଂ ତାଙ୍କ ପିଲାଙ୍କର । ସେହି ଘରେ ବାପା ତଥା ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରାଜସେଖର ରେଡୀଙ୍କର ରହିବା ଏବଂ ଝିଅ ଅଂଜଳୀର ବଢିବା ଭଳି ସ୍ମୃତି ସାଇତା ରହିଛି । ତେଣୁ ଝିଅ ଅଂଜଲୀ ସେହିଠାରେ ତାଙ୍କ ଜୀବନର ବଡ ଦିନକୁ ସେଲିବ୍ରେଟ୍ କରିବାକୁ ଚାହୁଁଥିଲେ । ସମ୍ପତ୍ତିକୁ ନେଇ ଭାଇ-ଭଉଣୀଙ୍କ ଭିତରେ ବିବାଦରୁ ଝିଅର ବିବାହ ଉତ୍ସବ ଖରାପ ନହେଉ, ସେଥିପାଇଁ ଶର୍ମିଳା ଝିଅ ବିବାହର ସ୍ଥାନ ବଦଳାଇ ଦେଇଛନ୍ତି ।
ଅଂଜଲୀ ରେଡୀଙ୍କ ବିବାହ ଡକ୍ଟର ସୋମାଲା ରଘୁରାମ ରେଡୀଙ୍କ ସହ ସ୍ଥିର ହୋଇଛି । ବିବାହ ନଭେମ୍ବର ୨୫ରେ ଏବଂ ହାଇଦ୍ରାବାଦରେ ଡିସେମ୍ବର୫ରେ ରିସେପସନ ହେବ ବୋଲି ସ୍ଥିର ହୋଇଛି । ଭାଇ-ଭଉଣୀଙ୍କ ଏ ଘରୋଇ କଳିରେ ଅନ୍ୟ ଦଳ ଫାଇଦା ନେଉଛନ୍ତି । ରାଜନୈତିକ ବାଦ ବିବାଦ ତୀବ୍ର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମା ଓ ଭଉଣୀଙ୍କ ପ୍ରତି ଜଗନଙ୍କ ଆଚରଣକୁ ସମାଲୋଚନା କରିଛନ୍ତି ।
