ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ପୋଲିସ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରିବା ସହିତ ୮୦ ହଜାର ଟଙ୍କା, ୧୫ଟି ମୋବାଇଲ ଏବଂ ୨ଟି ବାଇକ୍କୁ ଜବତ କରିଛି । ଏହି ଆଡ୍ଡାରୁ ୧୩ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଆସିକା ଥାନା ଅନ୍ତର୍ଗତ ଧୋବପଲ୍ଲୀ ଶିବ ମନ୍ଦିର ପାଖରେ ଜୁଆ ଖେଳ ଚାଲିଥିବା ପୋଲିସ ପାଖରେ ସୂଚନା ପହଞ୍ଚିଥିଲା । ଏକ ଟିମ୍ ଅଚାନକ ଚଢ଼ଉ କରିଥିଲା । ସେଠାରୁ ହୃଷିକେଶ ନାହାକ,ପଞ୍ଚାନନ ପ୍ରଧାନ, ତିରୁପତି ଦୋରା, ଚିତ୍ରସେନ ପାତ୍ର, ପି. ପଞ୍ଚାନନ ପାତ୍ର, ଯୁଗଳ କିଶୋର ପାତ୍ର, ପପୁନ ଜେନା, ନୀଳାଞ୍ଚଳ ମହାରଣା, ସୀମାଞ୍ଚଳ ବେହେରା, ବଳରାମ ନାୟକ, ଖଦାଳ ଗୌଡ଼ ଏବଂ ସମୀର ରାଉତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
BREAKING NEWS
- ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ
- Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ
- ଭାରତ ପାଇଁ ୟେମେନ କେତେ ଗୁରୁତ୍ୱପୂର୍ଣ୍ଣ? ସାଉଦି ଆରବ ମାଧ୍ୟମରେ କିପରି ସହାୟତା ଯୋଗାଏ ଜାଣନ୍ତୁ..
- କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…
- କଂଟା ନ ଥିବା ମାଛ ତିଆରି କଲା ଚୀନ
- ମାଞ୍ଜା ସୂତା ଲାଗି ୨ ଗୁରୁତର
- 2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….
- Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା
- India vs China: ଉଚିତ୍ ଜବାବ ଦେଇ ଚିନ୍ ର ମୁହଁ ବନ୍ଦ କଲା ଭାରତ
- ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ
Comments are closed.