କଶ୍ମୀର: ବୁଧବାର ସକାଳୁ ସକାଳୁ ଜମ୍ମୁ କଶ୍ମୀରର ପୁଞ୍ଚରେ ସଡ଼କ ଦୁର୍ଘଟଣା। ପୁଞ୍ଚର ସଓ୍ୱଜନ ଅଞ୍ଚଳରେ ଏକ ମିନି ବସ୍ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ବସଟି ଜମ୍ମୁ କଶ୍ମୀରର ମଣ୍ଡିରୁ ସଞ୍ଜନ୍ ଅଭିମୁଖେ ଯାଉଥିବା ବେଳେ ଖାଲରେ ପଡ଼ିଯିବାରୁ ଦୁର୍ଘଟଣା ଘଟିଛି।
Jammu & Kashmir | A mini-bus accident occurred in the Sawjian area of Poonch. Army's rescue operation is underway; 9 deaths reported, many injured shifted to a hospital in Mandi. Further details awaited: Mandi Tehsildar Shehzad Latif pic.twitter.com/NMFhtuK5lj
— ANI (@ANI) September 14, 2022
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ସାହାଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଉଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଉପରାଜ୍ୟପାଳ) ମନୋଜ ସିହ୍ନା ଏହି ଦୁର୍ଘଟଣାକୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେହିପରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଦୁର୍ଘଟଣାରେ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ‘ପୁଞ୍ଚ, ଜମ୍ମୁ କଶ୍ମୀରରେ ଏକ ସଡ଼କ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ଦୁଃଖଦାୟକ। ପୀଡିତଙ୍କ ପରିବାର ପ୍ରତି ମହାମହିମ ମୁର୍ମୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସମବେଦନା ଜଣାଇଛନ୍ତି।
Comments are closed.