ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଜି ଇଓଡବ୍ଲ୍ୟ ଅଫିସରେ ହାଜର ହୋଇଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ସେ ହାଜର ହୋଇଛନ୍ତି। ପୋଲିସ ଏବେ ଏହି ସିଂହଳୀ ଅଭିନେତ୍ରୀଙ୍କୁ ଜେରା କରୁଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଜେରା ପାଇଁ ଏକ ଲମ୍ବା ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି।
ନିକଟରେ ଅଭିନେତ୍ରୀ ଏହି ଜେରାକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ, ଏହା ପରେ ପୋଲିସ ଅଭିନେତ୍ରୀଙ୍କୁ ସମନ କରିଥିଲା। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ 200 କୋଟି ଟଙ୍କା ହେରାଫେରି ମାମଲାରେ ତଦନ୍ତରେ ଯୋଗଦେବାକୁ ଦିଲ୍ଲୀ ପୋଲିସ ତାଙ୍କୁ ସମନ କରିଥିଲା।
ଜ୍ୟାକଲିନଙ୍କୁ ଏବେ ପୋଲିସ ବିଭିନ୍ନ ଦିଗ ଉପରେ ଜେରା କରିବ । ସେ ସୁକେଶଙ୍କୁ କେତେ ଥର ଭେଟିଥିଲେ କିମ୍ବା ସେହି ସମୟରେ
ଫୋନରେ ତାଙ୍କ ସହ କେତେଥର ଯୋଗାଯୋଗ କରିଥିଲେ। ଏମିତିକି ଜେରା ବେଳେ ଇଓଡବ୍ଲ୍ୟ ପିଙ୍କି ଇରାନୀଙ୍କୁ ଏହି ମାମଲାର ତଦନ୍ତରେ ସାମିଲ ହେବାକୁ ସମନ କରିଛି। ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପରିଚିତ କରାଇବାରେ ସାହାଯ୍ୟ କରିଥିଲେ। ସେ ହେଉଛନ୍ତି ଉଭୟଙ୍କ ମଧ୍ୟରେ ଯୋଗସୂ୍ତ୍ରଧର। ଉଭୟଙ୍କୁ ବହୁତ ଭଲ ଭାବରେ ସେ ଜାଣିଥିଲେ। ଆବଶ୍ୟକ ପଡ଼ିଲେ ପିଙ୍କି ଏବଂ ଜ୍ୟାକଲିନଙ୍କୁ ମୁହାଁମୁହିଁ ମୁହାଁମୁହିଁ ବସାଇ ଜେରା କରିପାରେ ପୋଲିସ। ଏମିତିକି ଜ୍ୟାକଲିନଙ୍କୁ ଦିଲ୍ଲୀରେ ରହିବାକୁ ପୋଲିସ କହିଥିବା ସୂଚନା ରହିଛି।
ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକଲିନଙ୍କ ନାଁ ଚାର୍ଜସିଟରେ ରଖିଛି। ଇଡି ଚାର୍ଜସିଟରେ ଦର୍ଶାଇଛି ଯେ ଜ୍ୟାକଲିନ, ସୁକେଶଙ୍କ ଅପରାଧିକ ମାମଲା ବିଷୟରେ ଜାଣିଥିଲେ ମଧ୍ୟ ସୁକେଶଙ୍କ ଅପରାଧ ରେକର୍ଡକୁ ଅଣଦେଖା କରି ଆର୍ଥିକ କାରବାରରେ ଜଡିତ ଥିଲେ। ପୂର୍ବରୁ ଏହି ମାମଲାରେ ବଲିଉଡର ଅନ୍ୟତମ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା ପାଇଁ ଡକାଇଥିଲା।
Comments are closed.