Latest Odisha News

ଓଡିଶାରେ ପୁଣି ଜନ୍ମ ନେଲେ ଯୋଡା ଶିଶୁ, ଏଥର ଝିଅ

ଢେଙ୍କାନାଳ : ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ସୁସ୍ଥ ହୋଇ ଓଡିଶା ଫେରିବାକୁ ଥିବା ବେଳେ ଏବେ ପୁଣି ଥରେ ଯାଆଁଳା ନବଜାତ ଯୋଡା ଶିଶୁକୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତି ଠାରୁ ପେଟ ଯାଏଁ ଯୋଡି ହୋଇଥିବା ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ପର୍ଜଙ୍ଗ ବ୍ଲକ୍ ଅନ୍ତର୍ଗତ ଖାଲପାଳ ଗ୍ରାମର ପ୍ରଦୀପ ବେହେରାଙ୍କ ପତ୍ନୀ ରେଣୁବାଳା ଏହି ଦୁଇ ଜମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ଜନ୍ମିତ ନବଜାତକଙ୍କର ଓଜନ ପ୍ରାୟ ୪.୫ କେଜି. ହେବ ବୋଲି ଜଣାପଡିଛି । ଅପରପକ୍ଷରେ ଉକ୍ତ ମହିଳା ଜଣକ ସୁସ୍ଥ ରହିଥିବା ବେଳେ ଶିଶୁ ଦ୍ୱୟଙ୍କୁ ଚିକିତ୍ସା ନିମନ୍ତେ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିବା ନେଇ ଡାକ୍ତର ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.