Latest Odisha News

କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ଜେନା !

ଭୁବନେଶ୍ୱର: କଂଗ୍ରେସକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ରହିଛି। ଜଣେ କଂଗ୍ରେସ ନେତା ଏହି ସୂଚନା ଦେଇଛନ୍ତି। ଏବେର ପିସିସି ସଭାପତି ଦଳକୁ ମଜବୁତ କରିବାକୁ ଚାହୁଁଛନ୍ତି। ତେଣୁ ଦଳ ଛାଡି ଯାଇଥିବା ଏବଂ ଇସ୍ତଫା  ଦେଇଥିବା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇ ଆଣି ଏକାଠି କରିବାକୁ ଚାହୁଁଛନ୍ତି ବୋଲି ସୂଚନା ରହିଛି। ତେଣୁ ଶ୍ରୀକାନ୍ତ ଜେନା କଂଗ୍ରେସକୁ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି।

1 ଜାନୁଆରୀ 2020ରେ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଏହାର କିଛି ଦିନ ପୂର୍ବେ ଦଳର ଇସ୍ତାହାର କମିଟି ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଇଥିଲେ ଏଆଇସିସି ହାଇକମାଣ୍ଡ । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାକୁ ଶ୍ରୀକାନ୍ତ ସହଜରେ ଗ୍ରହଣ କରିପାରି ନଥିଲେ ଆଉ ତାପରେ ପିସିସିର ସମସ୍ତ ପଦରୁ ଇସ୍ତଫା ଦେବାପାଇଁ ନିଷ୍ପତି ନେଇଥିଲେ ଶ୍ରୀକାନ୍ତ । ପରେ ତାଙ୍କୁ ଦଳ ବହିଷ୍କୃତ କରିଥିଲା।

ତତ୍କାଳୀନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଶ୍ରୀକାନ୍ତ ଜେନାଙ୍କ ସହ କନ୍ଦଳ ରହିଥିଲା। ଆଉ ଦୁଇ ନେତା ପରସ୍ପରର କଥା ଉପରେ ସହମତି ପ୍ରକାଶ କରିପାରୁନଥିବାରୁ ଶ୍ରୀକାନ୍ତ ଜେନା ଦଳରେ କୋଣଠେସା ହୋଇଥିଲେ ବୋଲି କୁହାଯାଏ।

ବିଧାନସଭା ନିର୍ବାଚନ ପୂର୍ବରୁ ପିସିସି ପୁନର୍ଗଠନ ହୋଇଥିଲା। ଏହାପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇଥିଲେ ଶ୍ରୀକାନ୍ତ। ଏପରିକି ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ସେତେବେଳର ବିରୋଧୀ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଥିଲେ ଶ୍ରୀକାନ୍ତ । ଯାହାର ଫଳ ସ୍ୱରୁପ ଉଭୟ କୃଷ୍ଣ ସଗରିଆ ଏବଂ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

Leave A Reply

Your email address will not be published.