Latest Odisha News

BREAKING NEWS

ଗୌରହରି ଦାସ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର :  ବିଶିଷ୍ଟ  ସାହିତ୍ୟିକ ଗୌରହରି ଦାସ ୨୦୨୨ ବର୍ଷ ପାଇଁ ମର୍ଯ୍ୟାଦା ଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। । ଶ୍ରୀ ଦାସ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ତଥା କଥାକାର ।

ତାଙ୍କର ସାହିତ୍ୟ କୃତି ‘ବାଘ ଓ ଅନ୍ୟାନ୍ୟ ଗଳ୍ପ‘ ପାଇଁ ତାଙ୍କୁ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଶାରଳା ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି  ମର୍ଯ୍ୟଦାଜନକ ପୁରସ୍କାର ଆସନ୍ତା ଅକ୍ଟୋବର ୨୬ରେ ପ୍ରଦାନ କରାଯିବ। ଏନେଇ ବିଜେପି ଜାତୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Comments are closed.