Latest Odisha News

ଛାତ୍ରୀଙ୍କ ହଷ୍ଟେଲ ଶୌଚାଳୟରେ କିପରି ହେଉଥିଲା ଭିଡିଓ ସୁଟିଂ? ଦେଖନ୍ତୁ ଶୌଚାଳୟର ଚିତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀଙ୍କ ହଷ୍ଟେଲରୁ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ଘଟଣାରେ ନୂଆ ମୋଡ଼। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏବେ ୭  ଦିନିଆ ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ଏସଆଇଟି ଟିମ୍ ମଧ୍ୟ ତଦନ୍ତ କରୁଛି । ତେବେ କିପରି ଶୌଚାଳୟ ଭିତରର ଦୃଶ୍ୟ ରେକର୍ଡିଂ ହେଉଥିଲା ତାହା ଏବେ ବଡ ପ୍ରଶ୍ନ ଛିଡା କରିଛି। ଯାହାର ଖିଅ ଖୋଜୁଛି ତଦନ୍ତକାରୀ ଟିମ୍।

କୁହାଯାଉଛି ଯେ ଶୌଚାଳୟକୁ ଯାଉଥିବା ବେଳେ ଅନେକ ଛାତ୍ରୀଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଉଥିଲେ। ପରେ ସେ ତାହାକୁ ଭାଇରାଲ କରାଉଥିଲେ। ପୋଲିସ ଏବେ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ମୁହାଁମୁହିଁ ବସାଇ ଜେରା କରୁଥିବା ସୂଚନା ରହିଛି।

ଅନ୍ୟପଟେ କେମିତି ହେଉଥିଲା ରେକର୍ଡିଂ ତାର କାରଣ ଖୋଜିବାକୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି। ଆଉ ଯେଉଁ ଚିତ୍ର ବା ଫେଟୋ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ହତବାକ କରିଦେବ।

କୁହାଯାଉଛି ଏବେ ବିଶ୍ବବିଦ୍ୟାଳୟରେ ଯେଉଁଠି ଛାତ୍ରୀମାନେ ରହୁଛନ୍ତି ପୂର୍ବରୁ ସେହିଠାରେ ପୁଅ ମାନେ ରହୁଥିଲେ। ଅର୍ଥାତ ବୟଜ ହଷ୍ଟେଲ ରହିଥିଲା। ତେଣୁ ଶୌଚାଳୟ ଉପରେ ଛାତ ନଥିଲା ଏବଂ ଖୋଲାମେଲା ଜାଗା ଥିଲା। ହେଲେ ଏବେ ଝିଅମାନେ ରହିବା ପରେ ମଧ୍ୟ ସେଠାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଉ କବାଟ ତଳେ ଅନେକ ଫାଙ୍କା ରହିଛି। ଯାହା ରେକର୍ଡିଂ କରିବାରେ କୌଣସି ବାଧକ ସାଜିବ ନାହିଁ।

ଚଣ୍ଡିଗଡ ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କ ହଷ୍ଟେଲର ଶୌଚାଳୟ

କିନ୍ତୁ ଝିଅମାନେ ହଷ୍ଟେଲରେ ରହିବା ପରେ ଏହିସବୁ ବ୍ୟବସ୍ଥାରେ ସୁଧାର ଆସିବା ଦରକାର ଥିଲା। ହେଲେ ଏହା ହୋଇନାହିଁ। ଯାହା ଝିଅଙ୍କ ଗୋପନୀୟତା ଅଧିକାରକୁ ହନନ କରିଛି । ଯଦି ଶୌଚାଳୟ ଉପରେ ଛାତ ରହିଥାନ୍ତା ଏବଂ କବାଟ ଓ ଚଟାଣ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଘୋଡାଇ ରଖାଯାଇଥାନ୍ତା ତାହାଲେ ହୁଏତ ଆଜି ଚଣ୍ଡିଗଡ ବିଶ୍ବବିଦ୍ୟାଳୟ ଏପରି ଚର୍ଚ୍ଚାକୁ ଆସିନଥାନ୍ତା।

ଚଣ୍ଡିଗଡ ବିଶ୍ବବିଦ୍ୟାଳୟର ଛାତ୍ରୀଙ୍କ ହଷ୍ଟେଲର ଶୌଚାଳୟ: ଛାତ ନାହିଁ, କବାଟ ଓ ଚଟାଣ ମଧ୍ୟରେ ରହିଛି ଫାଙ୍କ

ସୂଚନାଯୋଗ୍ୟ, ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଜଣେ ବିଶ୍ୱବିଦ୍ୟାଳୟର ଛାତ୍ରୀ, ତାଙ୍କ ପ୍ରେମିକ ସନ୍ନି ମେହେଟ୍ଟା ଏବଂ ସନ୍ନିଙ୍କ ସାଙ୍ଗ ରଂକାଜ ବର୍ମା ଏଥିରେ ସାମିଲ ଥିବା ସୂଚନା ରହିଛି।

Leave A Reply

Your email address will not be published.