ଜୟପୁର: ରାତି ଅଧିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବୈଠକ ରାଜସ୍ଥାନ କଂଗ୍ରେସରେ କ୍ଷମତା ପରିବର୍ତ୍ତନର ଆଭାସ ଦେଇଛି। ସଚିନ ପାଇଲଟ କେରଳ ଗସ୍ତରେ ଥିବା ବେଳେ ବିଧାୟକଙ୍କୁ ନେଇ ବୈଠକ କରିଥିଲେ ଗେହଲଟ। ଆଉ ବିଧାୟକଙ୍କୁ କହିଛନ୍ତି, ରାହୁଲଙ୍କୁ ସଭାପତି କରିବାକୁ ଚେଷ୍ଟା କରିବୁ। ଯଦି ସେ ରାଜି ନହୁଅନ୍ତି ତେବେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଟିଏ ପଦ ଗୋଟିଏ ବ୍ୟକ୍ତି ଆଧାରରେ ପଦ ଛାଡିବା ପରେ। ହେଲେ ସେ ରାଜସ୍ଥାନ ସହ ଯୋଡ଼ି ହୋଇ ରହିବେ ବୋଲି କହିଛନ୍ତି।
ଅକ୍ଟୋବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ। ତେବେ କଂଗ୍ରେସର କିଙ୍ଗ୍ କିଏ ହେବେ? ରାହୁଲ ଗାନ୍ଧୀ ସଭାପତି ପଦ ପାଇଁ ରାଜି ନହେବା ଏବଂ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ ବୋଲି ସୋନିଆ ଗାନ୍ଧୀ ସୂଚନା ଦେବା ପରେ ଏବେ ଗାନ୍ଧୀ ପରିବାର ବାହାର ବ୍ୟକ୍ତି କଂଗ୍ରେସ ସଭାପତି ପଦରେ ବସିବାକୁ ଯାଉଛନ୍ତି। ଆଉ ଏହି ରେସରେ କଂଗ୍ରେସ ପରିବାରର ଦୁଇ ବିଶ୍ବସ୍ତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁରଙ୍କ ନାଁ ଚର୍ଚ୍ଚାରେ ରହଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ବିଧାୟକ ଦଳ ବୈଠକରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି କହିଛନ୍ତି। ଯଦି ସେ ଏପରି କରିବେ ତାହେଲେ ରାଜସ୍ଥାନ ବିଧାୟକ ଦିଲ୍ଲୀ ଆସି ପୁଣି ଥରେ ତାଙ୍କ ପାଇଁ ଫର୍ମ ପୂରଣ କରିବାକୁ ପଡିବ ବୋଲି ସେ କହିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ ଯଦି ଅଶୋକ ଗେହଲଟ୍ ଅଧ୍ୟକ୍ଷ ହୁଅନ୍ତି ତେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ?
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟ ଓ ସିପି ଯୋଶୀଙ୍କ ନାଁ ଚର୍ଚ୍ଚାରେ ରହିଛି। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଗେହଲଟ ଏବେ ରାହୁଲ ଗାନ୍ଧୀଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ, ତେବେ ରାହୁଲ ମନା କଲେ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିପାରନ୍ତି । ରାହୁଲ ଗାନ୍ଧି ନିର୍ବାଚନ ଲଢିବାର ସମ୍ଭାବନା ନାହିଁ । ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦିଲ୍ଲୀ ଫେରି ନ ଥିବାରୁ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବାର ସମ୍ଭାବନା ନାହିଁ।
ଏହି ଯାତ୍ରା ଏବେ କେରଳରେ ଥିବା ବେଳେ ସେପ୍ଟେମ୍ବର ୨୯ରେ କର୍ଣ୍ଣାଟକରେ ପ୍ରବେଶ କରିବ। ସେପ୍ଟେମ୍ବର ୩୦ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି।
Comments are closed.