ବ୍ରହ୍ମପୁର:ସୁରତାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର ପାଣ୍ଡେସର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଶଙ୍କର ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପାଣ୍ଡେସର ଥାନାରେ ୩୬/୨୦୦୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ପରେ ଶଙ୍କର ନିଜ ଗାଁକୁ ଆସିଯାଇଥିଲେ । ହେଲେ ନିଜ ଗାଁ ବଦଳରେ ପୁରୁଷୋତ୍ତମପୁର ସହରରେ ନିଜ ଶ୍ବଶୁରଙ୍କ ଘରେ ରହୁଥିଲେ । ସାଧାରଣ ଲୋକଙ୍କ ଭଳି ଚଳୁଥିଲେ । ଏଣୁ କେହି ସନ୍ଦେହ କରୁନଥିଲେ । ତେବେ କୌଣସି ପ୍ରକାରେ ଶଙ୍କରଙ୍କ ସଂପର୍କରେ ସୂଚନା ପାଇଥିଲା ପାଣ୍ଡେସର ପୋଲିସ। ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସକୁ ସୂଚନା ଦିଆଯାଇଥିଲା । ଶନିବାର ସକାଳ ୯ଟା ବେଳେ ସ୍ଥାନୀୟ ପୋଲିସ ସହଯୋଗରେ ଶଙ୍କରଙ୍କୁ ପାଣ୍ଡେସର ଥାନା ପୋଲିସ ଗିରଫ କରିଛି। ସେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ପୋଲିସ କାବୁ କରିଥିଲା। ଶଙ୍କରକୁ ସୁରତ ନିଆଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ

Comments are closed.