ବ୍ରହ୍ମପୁର:ସୁରତାରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୧ ବର୍ଷ ପରେ ଗଞ୍ଜାମରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅଧୀନ ବାଉଁଶିଆ ଗ୍ରାମର ଶଙ୍କର ବେହେରା (୫୦)। ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ମସିହାରେ ଗୁଜରାଟର ସୁରତ ସହର ପାଣ୍ଡେସର ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଶଙ୍କର ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପାଣ୍ଡେସର ଥାନାରେ ୩୬/୨୦୦୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ପରେ ଶଙ୍କର ନିଜ ଗାଁକୁ ଆସିଯାଇଥିଲେ । ହେଲେ ନିଜ ଗାଁ ବଦଳରେ ପୁରୁଷୋତ୍ତମପୁର ସହରରେ ନିଜ ଶ୍ବଶୁରଙ୍କ ଘରେ ରହୁଥିଲେ । ସାଧାରଣ ଲୋକଙ୍କ ଭଳି ଚଳୁଥିଲେ । ଏଣୁ କେହି ସନ୍ଦେହ କରୁନଥିଲେ । ତେବେ କୌଣସି ପ୍ରକାରେ ଶଙ୍କରଙ୍କ ସଂପର୍କରେ ସୂଚନା ପାଇଥିଲା ପାଣ୍ଡେସର ପୋଲିସ। ଏନେଇ ପୁରୁଷୋତ୍ତମପୁର ଥାନା ପୋଲିସକୁ ସୂଚନା ଦିଆଯାଇଥିଲା । ଶନିବାର ସକାଳ ୯ଟା ବେଳେ ସ୍ଥାନୀୟ ପୋଲିସ ସହଯୋଗରେ ଶଙ୍କରଙ୍କୁ ପାଣ୍ଡେସର ଥାନା ପୋଲିସ ଗିରଫ କରିଛି। ସେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ପୋଲିସ କାବୁ କରିଥିଲା। ଶଙ୍କରକୁ ସୁରତ ନିଆଯିବ ବୋଲି ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟଙ୍କ ସୂତ୍ରରୁ ସୂଚନା ମିଳିଛି।
BREAKING NEWS
- ୧୫ ବର୍ଷ ପରେ ରୋହିତଙ୍କୁ ପରୋକ୍ଷରେ କ୍ଷମା ମାଗିଲେ ଶ୍ରୀକାନ୍ତ
- ରାଜଧାନୀରେ ମାଟି ତଳେ ବିଦ୍ୟୁତ ଚୋରି: ବିଡିଏର ଉଚ୍ଛେଦ ବେଳେ ଧରାପଡ଼ିଲା ବେଆଇନ କ୍ୟାବେଲ୍ ନେଟୱର୍କ
- ମହାକାଶରେ କିପରି ସୃଷ୍ଟି ହୁଏ ତାରା? ଜାଣନ୍ତୁ ଗୋଟିଏ ତାରା ଗଠନ ହେବାକୁ କେତେ ସମୟ ଲାଗେ..
- ମମତା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି: ସୁପ୍ରିମକୋର୍ଟ
- Malegaon blast case: ମାଲେଗାଓଁ ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କଲେ ବମ୍ବେ ହାଇକୋର୍ଟ
- ବୁଢିମାଆଙ୍କ ୧୦୦ ବର୍ଷ ପୁରୁଣା ‘ମାଟି ଫ୍ରିଜ୍’, ବଞ୍ଚାଇ ରଖିଛି ଭାରତର ଐତିହ୍ୟ ଓ ସ୍ୱଦେଶୀ ବିଜ୍ଞାନ
- IIT ମାଡ୍ରାସ ରିପୋର୍ଟ:କୋଣାର୍କ ମନ୍ଦିରର ଭିତର ବାଲି ସୁରକ୍ଷିତ, ବାଲି କାଢ଼ିଲେ ମନ୍ଦିରକୁ…
- ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଦୁଇ ବର୍ଷ ମଧ୍ୟରେ ଦ୍ୱିତୀୟ ମାତୃତ୍ବ ଛୁଟିକୁ ମନା କରାଯାଇପାରିବ ନାହିଁ’
- TCS ମାମଲାରେ ନୂଆ ଖୁଲାସା: ପୀଡିତା ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିଥିଲେ, ହେଲେ…
- ପୃଥିବୀର ସବୁଠାରୁ ପୁରୁଣା ପ୍ରାଣୀ କିଏ, ତାର ପ୍ରକୃତ ବୟସ କେତେ?
Comments are closed.