Latest Odisha News

BREAKING NEWS

ହସର ଲୁହସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ

ଯାଜପୁର : ଘରଖଣ୍ଡେ ନାହିଁ , ଜାଗା ଖଣ୍ଡେ ନାହିଁ   । ସେଥିପାଇଁ ବିଧାନସଭା ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଜିଲ୍ଲାପାଳ ଅଫିସ ଠାରୁ ତହସିଲଦାର ଅଫିସ ସବୁଠି ବୁଲିବୁଲି ଦୁଃଖ ଜଣାଉଥିଲେ ପ୍ରଫୁଲ ଦାସ  । ଯାଜପୁର ଜିଲ୍ଲା ରଗଡି ଗାଁରେ ରହୁଥିବା ପ୍ରଫୁଲ୍ଲ ଦାସଜଣେ ଦିବ୍ୟାଙ୍ଗ  । ତେଣୁ ସେ ତାଙ୍କ ଦୁଃଖ ସରକାରଙ୍କ ପାଖରେ ଜଣାଇବା ପାଇଁ  ନିଆରା ଢଙ୍ଗରେ ହାର୍ମୋନିୟମ ବଜାଇ ଗୀତ ଗାଉଥିଲେ  ।

ଖଣ୍ଡେ ଜମିପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ପ୍ରଫୁଲ୍ଲ କିଛିଦିନ ତଳେ  ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼ଙ୍କୁ ନିଜ ଦୁଃଖ ଜଣାଇବାକୁ ଆସିଥିଲେ  । ତେବେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥିଲା  । ଏହାପରେ  ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଧେଶ ପରେ ଆଜି ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଶୋକ କୁମାର ମାଝୀ ଓ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ପ୍ରଫୁଲ୍ଲଙ୍କୁ ବସୁନ୍ଧରା ଯୋଜନାରେ ଏକ ୪ଡ଼ିସିମିଲର ଜମି ପଟା ପ୍ରଫୁଲ୍ଲଙ୍କୁ ପ୍ରଦାନ କରିଛନ୍ତି  । ସେପଟେ ଜମି ପଟା ପାଇବା ପାଇଁ ଆଖିରେ ଲୁହ ସହ ନିଆରା ଢଙ୍ଗରେ ଗୀତ ଗାଉଥିବା  ପ୍ରଫୁଲ୍ଲ ଆଜି  ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ହସର ଲୁହସହ ସେହି ନିଆରା ଢଙ୍ଗରେ ଗୀତ ଗାଇ ଧନ୍ୟବାଦ ଜଣାଇଛନ୍ତି  ।

Leave A Reply

Your email address will not be published.