Latest Odisha News

BREAKING NEWS

ଟିଏମସି ନିର୍ଦ୍ଦେଶରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପିଟିଛି ପୋଲିସ: ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କୋଲକତା : ପଶ୍ଚିମବଙ୍ଗରେ ବିଜେପିର  ‘ନବାନ ଅଭିଆନ୍’ ସମୟରେ ଦଳୀୟ କର୍ମୀଙ୍କ ପ୍ରତି ହୋଇଥିବା ହିଂସା ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନତା ପାର୍ଟିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଏହାର ରିପୋର୍ଟ ଦଳର ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାଖଲ କରିଛି। ବିଜେପି ସଭାପତି ଏକ ପାଞ୍ଚ ଜଣିଆ ପ୍ୟାନେଲ ଗଠନ କରିଥିଲେ, ଯେଉଁଥିରେ ବିଜେପି କର୍ମୀଙ୍କ ଉପରେ ହୋଇଥିବା ହିଂସା ତଥା ଆକ୍ରମଣର ତଦନ୍ତ କରିବା ପାଇଁ ଏହି କମିଟିକୁ ଦାୟିତ୍ବ  ଦିଆଯାଇଥିଲା।

ଏହି ଅନୁସନ୍ଧାନ କମିଟି ନିଜ ରିପୋର୍ଟରେ ମମତା ବାନାର୍ଜୀଙ୍କ ସରକାରଙ୍କ ପୋଲିସର କାର୍ଯ୍ୟକୁ କଡ଼ା ସମାଲୋଚନା କରିଛି  । କମିଟି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ନିର୍ଦ୍ଦୟ ଭାବରେ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ  ଆକ୍ରମଣ କରିଛି । ଟିଏମସି ନେତାଙ୍କ ଆଦେଶରେ ଏପରି ଆକ୍ରମଣ କରିଛି ପୋଲିସ । ଏହି ଘଟଣାର  ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି କମିଟି ।

ଏହି ପାଞ୍ଚ ସଦସ୍ୟ ବିଶିଷ୍ଟ ଦଳରେ ଉତ୍ତରପ୍ରଦେଶର ପୂର୍ବତନ ମହାନିର୍ଦ୍ଦେଶକ ପୋଲିସ ତଥା ରାଜ୍ୟସଭା ସାଂସଦ ବ୍ରିଜଲାଲ, ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ଲୋକସଭା ସାଂସଦ ରାଜବର୍ଦ୍ଧନ ସିଂ ରାଠୋର, ଲୋକସଭା ସାଂସଦ ଆପରାଜିତା ଷଢ଼ଙ୍ଗୀ, ରାଜ୍ୟସଭା ସାଂସଦ ସମୀର ଓରାମ୍ବ ଏବଂ ପୂର୍ବତନ ସାଂସଦ ସୁନୀଲ ଝାଖଡ ସାମିଲ ଥିଲେ ।

ସୂଚନାନୁସାରେ, ଫ୍ୟାକ୍ଟ ଫାଇଣ୍ଡିଂ କମିଟି ପଶ୍ଚିମବଙ୍ଗ ପୋଲିସକୁ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବାକୁ ସମାଲୋଚନା କରିଛି। ଏହାର ରିପୋର୍ଟ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନିକଟରେ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ବିଜେପି କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା ବେଳେ  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ବିଜେପି କର୍ମୀଙ୍କୁ ମାଡ ମାରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପୋଲିସର କାର୍ଯ୍ୟରେ ପୂର୍ବତନ ଡେପୁଟି ମେୟର ମୀନା ଦେବୀ ପୁରୋହିତଙ୍କ ସମେତ 100 ରୁ ଅଧିକ ବିଜେପି କର୍ମୀ ଆହତ ହୋଇଛନ୍ତି।

Leave A Reply

Your email address will not be published.