Latest Odisha News

BREAKING NEWS

ଇଣ୍ଡିଆନ୍‌ ଆଇଡଲ୍-୧୩: ଟପ୍-୧୫ ଲିଷ୍ଟରେ ତିନି ଓଡ଼ିଆଙ୍କ ସ୍ଥାନ କେଉଁଠି?

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନରେ ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ନାହିଁ ତିନି ଓଡିଆଙ୍କ ନାମ। ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି, ବର୍ଣ୍ଣାଳି ହୋତା ଏବଂ ଓଲିଉଡର ପ୍ଲେ ବ୍ୟାକ୍ ସିଙ୍ଗର ଅନନ୍ୟା ଶ୍ରିତମ ନନ୍ଦ ଏହି ଲୋକପ୍ରିୟ ରିୟାଲିଟି ଶୋ ଇଣ୍ଡିଆନ୍ ଆଇଡଲର ୧୩ତମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ। ସେମାନେ ଶୋ’ର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ପାରିନାହାଁନ୍ତି।

ଏହି ତିନି ଜଣ ପ୍ରତିଯୋଗୀ ଅଡିସନ୍‌ରେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଏଥିସହିତ ଗୋଲଡେନ ଟିକେଟ ମଧ୍ୟ ପାଇଥିଲେ। ଏଥିରେ ପ୍ରଭୁ ଦବଙ୍ଗର ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ସଂଗୀତ ଗାଇଥିଲେ। ୨୦୦୬ ରେ ‘ସାରେ-ଗାମା-ପା ଲିଟିଲ ଚ୍ୟାମ୍ପସ ସିଜିନ ୧’ରେ ଅଂଶ ଗ୍ରହଣ କରି ୱିନର ହୋଇଥିଲେ ପ୍ରଭୁପଦ।

ସେହିପରି ଅନନ୍ୟା ଶ୍ରିତମ ନନ୍ଦ ଏଆର ରେହମାନଙ୍କ ‘ହାଏ ରାମା ୟେ କ୍ୟା ହୁଆ’ ସଙ୍ଗୀତ ଗାଇ ଦର୍ଶକଙ୍କ ମନ କିଣିଥିଲେ। ବର୍ଣ୍ଣାଳି ହୋତା ‘ଥାରେ ରହିୟୋ’ ସଙ୍ଗୀତ ଗାଇ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲେ। ବର୍ଣ୍ଣାଳି ସାରେ-ଗାମା-ପା ଲିଟିଲ ଚ୍ୟାମ୍ପସ ୨୦୧୧ ରେ ରନର୍ସଅପ୍ ହୋଇଥିଲେ। ଏହି ତିନି ଜଣ ପ୍ରତିଯୋଗୀଙ୍କ ନାଁ ଟପ୍ ୧୫ ତାଲିକାରେ ନଥିବା ଜଣାପଡିଛି ।

ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟରେ ଅଛନ୍ତି

  • ଅମ୍ରିତସରରୁ ନବଦୀପ ୱାଡାଲି
  • ଅଯୋଧ୍ୟାରୁ ରିଶି ସିଂହ
  • କୋଲକାତାରୁ ସୋନାକ୍ଷୀ କର, ଅନୁଷ୍କା ପାତ୍ର, ସଞ୍ଜାରୀ ସେନଗୁପ୍ତ, ସେଞ୍ଜୁତି ଦାସ, ବିଦିପ୍ତା ଚକ୍ରବର୍ତ୍ତୀ, ଦେବସ୍ମିତା ରାୟ ଏବଂ ପ୍ରତିମା ରାୟ
  • ଜମ୍ମୁ ଓ କାଶ୍ମୀରରୁ ଚିରାଗ କଟୱାଲ
  • ଉତ୍ତର ପ୍ରଦେଶରୁ ବିନିତ ସିଂହ
  • ପଞ୍ଜାବରୁ ରୁପମ
  • ଲୁଧିଆନାରୁ ବଣ୍ଟି ଭନ୍ଦାଲ
  • ଭଦୋଦରାରୁ କଭ୍ୟା ଲିମାଇ
  • ଝାଡଖଣ୍ଡରୁ ସଗୁନ ପାଠକ

ସୂଚନା ଥାଉକି ଲିଷ୍ଟରେ ଅରୁଣାଚଳପ୍ରଦେଶର ରୀତୋ ରୀବାଙ୍କ ନାଁ ନଥିବା ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସୋଲିଆଲ ମିଡିଆରେ ଇଣ୍ଡିଆନ ଆଇଡଲକୁ ବୟକଟ୍ କରିବାକୁ ଦାବି ଜୋର ଧରିଛି।

Leave A Reply

Your email address will not be published.